ଓଡିଶା

odisha

By

Published : Oct 15, 2019, 5:35 PM IST

ETV Bharat / city

ନବୀନଙ୍କ ଜନ୍ମଦିନ ପୂର୍ବରୁ ଗିଫ୍ଟ ମାଗିଲେ ବିରୋଧୀ

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତେବେ ବିରୋଧୀ ଏହି ଅବସରରେ ତାଙ୍କୁ ଉପହାର ମାଗିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । 73 ବର୍ଷରେ ପାଦ ଦେବେ ମୁଖ୍ୟମନ୍ତ୍ରୀ । ତେବେ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ ନକରିବାକୁ ନବୀନ ନିଷ୍ପତ୍ତି ନେଇଥିବାବେଳେ ବିରୋଧୀ ଏହି ଅବସରରେ ତାଙ୍କୁ ଉପହାର ମାଗିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ, ବିରୋଧୀ ବିଜେପି ଓ କଂଗ୍ରେସ ନବୀନଙ୍କ ଜନ୍ମଦିନ ଆଗରୁ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କ ହିତରେ ସରକାର ଯେଉଁ ଘୋଷଣାନାମା କରିଛନ୍ତି ସେ ବାବଦରେ ନବୀନଙ୍କ ସ୍ପଷ୍ଟୋକ୍ତି ଦାବି କରିଛନ୍ତି ।

ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ ସରକାର ଘୋଷଣା କରିଥିବା ପ୍ରକଳ୍ପର ଶୁଭ କେବେ ଦିଆହେବ ଏବଂ କେବେ ପ୍ରକଳ୍ପ କାମ ଆରମ୍ଭ ହେବ ସେ ନେଇ ଉତ୍ତର ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି କହିଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଦେଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details