ଓଡିଶା

odisha

ETV Bharat / city

ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଦାବି କଲେ ବିରୋଧୀ - ମନ୍ଦିର

ରାଜ୍ୟରେ କୋରୋନା ମୁକାବିଲା ଓ ଧର୍ମାନୁଷ୍ଠାନ ନଖୋଲିବା ନେଇ ବର୍ଷିଲେ ବିରୋଧୀ । ଏନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟସରକାର କହୁଥିଲେ ଆମ ମଡେଲ ସବୁଠୁ ଭଲ ମଡେଲ, ହେଲେ ...

ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଦାବି କଲେ ବିରୋଧୀ
ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଦାବି କଲେ ବିରୋଧୀ

By

Published : Aug 8, 2020, 9:37 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲା ଓ ଧର୍ମାନୁଷ୍ଠାନ ନଖୋଲିବା ନେଇ ବର୍ଷିଲେ ବିରୋଧୀ । ଏନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟସରକାର କହୁଥିଲେ ଆମ ମଡେଲ ସବୁଠୁ ଭଲ ମଡେଲ | ବହୁତ ରାଜ୍ୟ ଆପଣାଉଥିବା ରାଜ୍ୟ ସରକାର କହୁଛନ୍ତି, କିନ୍ତୁ ମଡେଲର ପରିବର୍ତ୍ତନ କରାଯିବା ଆବଶ୍ୟକ ରହିଛି । ପରିସ୍ଥିତି ନିୟନ୍ତ୍ରଣ ବାହାରେ, ସରକାର ଏହାକୁ ସ୍ବୀକାର କରନ୍ତୁ । ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଭୟର ବାତାବରଣ ସୃଷ୍ଟି ହୋଇଛି, ଖୋର୍ଦ୍ଧା ଗଞ୍ଜାମ ଟପରେ ଅଛନ୍ତି । ପରିଚାଳନା ଠିକ ନକଲେ ପରିସ୍ଥିତି ଭୟାବହ ହେବ । ଗଞ୍ଜାମ ଜିଲ୍ଲାପାଳ ବାରମ୍ବାର ଟିଭି ରେ କହୁଛନ୍ତି ଆମେ ପ୍ରସ୍ତୁତ ସବୁ ଠିକ, ଏ ସବୁ ଦାୟିତ୍ବହୀନ ମନ୍ତବ୍ୟ । ହେଲେ ଗଞ୍ଜାମ ରେ ଲୋକେ ଆତଙ୍କିତ । କେବଳ ସୁସ୍ଥ ସଂଖ୍ୟା ଦେଖାଇ ବାହାଦୁରି ରାଜ୍ୟ ସରକାର ନେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଦାବି କଲେ ବିରୋଧୀ

ସେପଟେ ଖୋର୍ଦ୍ଧା ଜିଲ୍ଲାରେ ଅନୁରୂପ ସ୍ଥିତି । ଅପାରଗ ଅଫିସରଙ୍କ ପାଇଁ ଲୋକ ମରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା, ରାଜଧାନୀ ଭୁବନେଶ୍ବରରେ ଦାୟିତ୍ବହୀନ ଅଫିସର ଯୋଗୁଁ ଏତେ ଅସୁବିଧା ହୋଇଛି ବୋଲି ବିରୋଧୀ କହିଛନ୍ତି । ମୁଖ୍ୟଶାସନ ସଚିବଙ୍କ ସହ ମୁଁ ଆଲୋଚନା କରିଛି । କେନ୍ଦୁଝରରେ ବାହାର ରାଜ୍ୟର ଗାଡି ଚାଳକମାନେ ସୁପରସ୍ପ୍ରେଡର । ଅର୍ଥନୀତି ପାଇଁ ଲୋକ ମଲେଣି, ରାଜ୍ୟସରକାର ମିଳିତ ମୁକାବିଲାକୁ ଗ୍ରହଣ କରୁନାହାଁନ୍ତି ।

ସେପଟେ ସାରା ଭାରତରେ ଧର୍ମାନୁଷ୍ଠାନ ଖୋଲିଲାଣି, ଓଡିଶାରେ ରଥ ହୋଇପାରିଲା ମନ୍ଦିର କାହିଁକି ଖୋଲିବନି । ଲୋକେ ମାନସିକ ଶାନ୍ତି ପାଇଁ ମନ୍ଦିର ଯାଆନ୍ତି । ଗାଁ ଗହଳିରେ ଲୋକ ଚାପ ଗ୍ରସ୍ତ ହେଇଗଲେଣି । ଲୋକଙ୍କ ମାନସିକ ଚାପ ବଢୁଛି । ସେଠାକୁ ଗଲେ ଲୋକେ ମାନସିକ ଶାନ୍ତି ପାଆନ୍ତି । ତେଣୁ ମନ୍ଦିର ଆବଶ୍ୟକ ଗାଇଡ଼ଲାଇନ ସହ ମନ୍ଦିର ଖୋଲନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି ।

ପ୍ରକୃତରେ ପୋଲିସ ମାନେ 24 ଘଣ୍ଟିଆ ପରିଶ୍ରମ କରୁଛନ୍ତି । ତାଙ୍କ ପାଇଁ କିଛି ଅନୁକମ୍ପା ନାହିଁ, ଖାଇବାକୁ ଦେବାକୁ ସରକାରଙ୍କ ପାଖରେ କଣ ପଇସା ନାହିଁ ? କୋଟି କୋଟି ଖର୍ଚ୍ଚ ହେଉଛି ହେଲେ ପୋଲିସ ଙ୍କୁ ଖାଇବାକୁ ଦିଆଯାଇପାରୁନାହିଁ | ପୂର୍ଣ୍ଣାଙ୍ଗ ସମୀକ୍ଷା କରି ନୂଆ ମଡେଲ ପ୍ରସ୍ତୁତ ହେଉ । ପୁରୀ ସମେତ ଅନ୍ୟ ମନ୍ଦିରକୁ ପର୍ଯ୍ୟାୟ କ୍ରମେ ଖୋଲାଯାଉ ବୋଲି ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର ।

ସେପଟେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଧର୍ମାନୁଷ୍ଠାନ ଖୋଲିବା ସପକ୍ଷରେ ଯୁକ୍ତି ବାଢିଛନ୍ତି। ସାରା ଭାରତ ବର୍ଷରେ ମନ୍ଦିର ମସଜିଦ ଖୋଲା ହେଲାଣି ହେଲେ ଓଡିଶାର କୌଣସି ମନ୍ଦିର ଖୋଲା ହୋଇନି । ମୁଁ ଅନଲାଇନ ଦର୍ଶନକୁ ବିରୋଧ କରୁଛି । ରଥଯାତ୍ରା ଲାଗି ପୁରୀ ଜିଲ୍ଲାବାସୀ ଅନେକ ପରିଶ୍ରମ କରିଛନ୍ତି, ସେମାନେ ପ୍ରଥମେ ଦର୍ଶନ କରନ୍ତୁ । ପ୍ରଥମେ ସେମାନେ ମାସେ ଯାଆନ୍ତୁ ଦର୍ଶନ କରନ୍ତୁ, ତା ପରେ ସାଧାରଣ ଲୋକେ ଯାଆନ୍ତୁ, ମନ୍ଦିର ଯିବା ପାଇଁ ଅନୁମତି ଦିଆଯାଉ । ମନ୍ଦିର ଖୋଲିବାକୁ ଆଗାମୀ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ ବୋଲି କହିଛନ୍ତି ସୁର ରାଉତରାୟ । ଏହାସହ କୋଭିଡ ପରିଚାଳନା ପ୍ରସଙ୍ଗରେ ଗଞ୍ଜାମ ଓ ଖୋର୍ଦ୍ଧା ପରିସ୍ଥିତି ପାଇଁ ଦାୟୀ ଓଡିଶା ସରକାର ବୋଲି ସେ କହିଛନ୍ତି । ସେପଟେ ଏସବୁ ପ୍ରସଙ୍ଗରେ ଜବାବ ରଖିଛି ଶାସକ ଦଳ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details