ଭୁବନେଶ୍ବର: 1999 ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସିପି ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସିବିଆଇ ପାରିଲା ନାହିଁ । ଆମେ ପାରିଲୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମିତି ତାରତମ୍ୟ ରଖିବା ଠିକ ନୁହେଁ ବୋଲି ସେ କହିଛନ୍ତି ।
ଏହାକୁ ନିନ୍ଦା ମଧ୍ୟ କରିଛନ୍ତି ସେ । ଏହା ସହ କୌଣସି ସରକାରୀ ଅଫିସର ନିଜ ବାହାଦୁରୀ ମାରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାରତମ୍ୟ କରିବା ଅନୁଚିତ । ଯଦି ବାହାଦୂରୀ ନେବାର ଥିଲା ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ ଭଲ ହୋଇଥାନ୍ତା ବୋଲି ବିରୋଧୀ ଦଳ ନେତା କହିଛନ୍ତି ।