ଓଡିଶା

odisha

ETV Bharat / city

ପ୍ରଶ୍ନକାଳ ପାଇଁ ସମୟ ଦିଆଯାଉ: ପ୍ରଦୀପ୍ତ ନାୟକ - ବିଧାନସଭା ଶୀତ ଅଧିବେଶନ

ବିଧାନସଭା ଶୀତଅଧିବେଶନରେ ପ୍ରଶ୍ନୋତ୍ତର କାଳ ରହିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ ପ୍ରଶ୍ନ ଉତ୍ତର କାଳ ରହିବା ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ । ସେପଟେ ନଭେମ୍ବର ୧୮ରେ ବିଧାନସଭାରେ ସର୍ବଦଳୀୟ ବୈଠକ ବସିବ । ଅଧିକ ପଢନ୍ତୁ...

ପ୍ରଶ୍ନକାଳ ପାଇଁ ସମୟ ଦିଆଯାଉ: ପ୍ରଦିପ୍ତ ନାୟକ
ପ୍ରଶ୍ନକାଳ ପାଇଁ ସମୟ ଦିଆଯାଉ: ପ୍ରଦିପ୍ତ ନାୟକ

By

Published : Nov 15, 2020, 2:27 PM IST

ଭୁବନେଶ୍ବର: ଆସନ୍ତା ନଭେମ୍ବର 20 ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତଅଧିବେଶନ । ତେବେ ବିଧାନସଭାରେ ପ୍ରଶ୍ନୋତ୍ତର କାଳ ରହିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ ପ୍ରଶ୍ନ ଉତ୍ତର କାଳ ରହିବା ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ପ୍ରଶ୍ନକାଳ ପାଇଁ ସମୟ ଦିଆଯାଉ: ପ୍ରଦିପ୍ତ ନାୟକ

ବିରୋଧୀ ଦଳ ନେତା କହିଛନ୍ତି ପ୍ରଶ୍ନୋତ୍ତର କାଳ ରହିବ ଦରକାର। ହେଲେ ନିଜ ଅଞ୍ଚଳର ସମସ୍ୟା ବିଧାୟକମାନେ ଉପସ୍ଥାପନ କରିପାରିବେ। ସଂସଦୀୟ ଢାଞ୍ଚାକୁ ଦେଖି ଗତ ଥର ବାଚସ୍ପତି ଏହା କଲେନି। ମୁଁ ଅନୁଭବ କରୁଛି କୋରୋନା କମିଛି। ତେଣୁ 5 ଘଣ୍ଟାକୁ ଅଧିବେଶନ ବୃଦ୍ଧି ହେଉ ଓ ସମସ୍ତଙ୍କୁ କହିବାର ସୁଯୋଗ ମିଳୁ।

ସେପଟେ ନଭେମ୍ବର ୧୮ରେ ବିଧାନସଭାରେ ସର୍ବଦଳୀୟ ବୈଠକ ବସିବ । ପ୍ରଶ୍ନକାଳ ରହିବ କି ନାହଁ ଓ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା ହେବ । ଦୈନିକ ୨ଟି ପର୍ଯ୍ୟାୟରେ ଗୃହକାର୍ଯ୍ୟ ଚାଲିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details