ଓଡିଶା

odisha

By

Published : Sep 11, 2021, 11:22 AM IST

ETV Bharat / city

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏବେ କରିପାରିବେ କଲେଜ ପରିବର୍ତ୍ତନ

ଯୁକ୍ତ2 କଲେଜ ପରିବର୍ତ୍ତନ ପାଇଁ ସୁଯୋଗ। 18 ତାରିଖ ସୁଦ୍ଧା ଅନଲାଇନରେ କରିପାରିବେ ଆବେଦନ। ଅଧିକ ପଢନ୍ତୁ...

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ଏବେ କରିପାରିବେ କଲେଜ ପରିବର୍ତ୍ତନ
ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ଏବେ କରିପାରିବେ କଲେଜ ପରିବର୍ତ୍ତନ

ଭୁବନେଶ୍ବର:ଯୁକ୍ତ ଦୁଇ କଲେଜ ପରିବର୍ତ୍ତନ ପାଇଁ ସୁଯୋଗ। ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସାମ୍ସ ୱେବ ସାଇଟରେ ଆବେଦନର ଫର୍ମ ଉପଲବ୍ଧ ହେବ। କଲେଜ ବଦଳାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ 18 ତାରିଖ ସନ୍ଧ୍ୟା ମଧ୍ୟରେ ଆବେଦନ କରିପାରିବେ। 20 ତାରିଖ ମଧ୍ୟରେ କଲେଜ ସ୍ଥାନାନ୍ତର ପାଇଁ ଯାଞ୍ଚ କରାଯିବ।

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ଏବେ କରିପାରିବେ କଲେଜ ପରିବର୍ତ୍ତନ

11 ତାରିଖରୁ 21 ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ସାମ୍ସ ନୋଡାଲ କେନ୍ଦ୍ରରେ କାଗଜପତ୍ର ଯାଞ୍ଚ କରାଯିବ। 22 ତାରିଖରୁ 28 ତାରିଖ ମଧ୍ୟରେ ନିର୍ଦ୍ଦେଶାଳୟ ଦ୍ବାରା କାଗଜପତ୍ର ଯାଞ୍ଚ କରିବା ପରେ ଅନୁମତି ଦିଆଯିବ। 24 ତାରିଖରୁ 30 ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ସେମାନଙ୍କ ପସନ୍ଦ କଲେଜରେ ନାମ ଲେଖାଇ ପାରିବେ। ଅଭିଭାବକଙ୍କ ବଦଳି, ମୃତ୍ୟୁ, ଅବସର କ୍ଷେତ୍ରରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details