ଭୁବନେଶ୍ବର: କ୍ରାଇମ ଓ କ୍ରିମିନାଲଙ୍କୁ ମାତ ଦେବାକୁ ଭୁବନେଶ୍ବର ଡିସିପିଙ୍କ ନୂଆ ରଣନୀତି । ଆରମ୍ଭ ହେଲା ଅପରେସନ ‘ଡାଡି’ ।ଗଠନ ହୋଇଛି ୨ଟି ସ୍ବତନ୍ତ୍ର ଟିମ । ଗୋଟେଏ ପଟେ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଓ ଅନ୍ଯପଟେ କିଛି ନିର୍ଦ୍ଧିଷ୍ଟ ଥାନାର ଏସଆଇଙ୍କୁ ନେଇ ଗଠିତ ହୋଇଛି ଏକ ସ୍ବତନ୍ତ୍ର ଟିମ। ଯାହାକୁ ନିଜେ ମନିଟର କରୁଛନ୍ତି ନୂତନ ଡିସିପି ଉମାଶଙ୍କର ଦାସ ।
ଆରମ୍ଭ ହେଲା ‘ଅପରେସନ ଡାଡି’, ଅପରାଧୀଙ୍କୁ ମାଡି ବସୁଛି ନୂଆ ଡିସିପିଙ୍କ ନୂଆ ଟିମ ଏନେଇ ଉଭୟ ସ୍ପେଶାଲ ସ୍କ୍ବାଡ ଓ ଡିସିପିଙ୍କ ଟିମ ସହରରେ ବଢୁଥିବା ଛିନତାଇ ସିନ୍ଧି ଚୋରି ଓ ରାସ୍ତା ଉପରେ ରାହାଜାନି ଭଳି ଡକାୟତି ପାଇଁ ଯୋଜନା କରୁଥିବା ଅପରାଧିଙ୍କୁ ଟାର୍ଗେଟ କରାଯାଇଛି । ଏପରିକି ଏମାନଙ୍କୁ ଧରିବାକୁ ଏକ ନୁଆ ଟେକନିକ ଆପଣାଇଛନ୍ତି । ଖଣ୍ଡଗିରି ତମାଣ୍ଡୋ, ନୟାପଲ୍ଲୀ, ସହିଦନଗର, ମଞ୍ଚେଶ୍ବର ସମେତ ଧଉଳି ଓ ଲକ୍ଷ୍ମୀସାଗର ଓ ବାଲିଅନ୍ତା ବିଶେଷ କରି ରାସ୍ତା ଉପରେ ରହୁଥିବା ଥାନାକୁ ଫୋକସରେ ନିଆଯାଇଛି ।
ଏହି ସବୁ ଥାନା ଅଞ୍ଚଳରେ ହୋଇଯାଇଥିବା କ୍ରାଇମ ଓ କ୍ରିମିନାଲଙ୍କ ତରିକାକୁ ଏକ ସ୍ବତନ୍ତ୍ର ଭାବେ ଲିଷ୍ଟ କରାଯାଇ ଏହି ସବୁ ଅଞ୍ଚଳରେ ଆକ୍ଟିଭ ଥିବା ଅପରାଧିଙ୍କ ଉପରେ ଫୋକସ ଦିଆଯାଇଛି । ଜେଲରୁ ଫେରିଥିବା ଅପରାଧିଙ୍କ ଲିଷ୍ଟ ଆଧାରରେ ଯେଉଁ ଅପରାଧିଙ୍କ ଯୋଗାଯୋଗ ହେଉଛି, ତାଙ୍କୁ ତୁରନ୍ତ ଅଫିସରଙ୍କୁ କଣ୍ଟାକ୍ଟରେ ରହିବାକୁ ଇନଷ୍ଟ୍ରକସନ ରହିଛି । ଏଥିସହ ଯେଉଁମାନଙ୍କ ମୋବାଇଲ ସୁଇଚଅଫ ଆଉଟ ଅଫ ରେଞ୍ଜରେ ଅଛନ୍ତି, ତାଙ୍କୁ ପ୍ରାଧାନ୍ଯ ଦିଆଯାଉଛି । ଯାହାରି କ୍ରମରେ ଖଣ୍ଡଗିରି ଥାନା ଅଞ୍ଚଳରୁ ଧରାପଡିଥିବା ଅଭ୍ଯାସଗତ ଅପରାଧି ସାଗର ବଳିଆର ସିଂକୁ ଡକାୟତି ଯୋଜନା ବେଳେ ଧରିବା ପରେ ତାସହ ଯୋଜନା କରୁଥିବା ଦୁଖିଃ ଶ୍ଯାମ ଗୋଛାୟତ ଖସିଯିବା ପରେ ତାକୁ କାବୁ କରିଛି କମିସନରେଟ ପୋଲିସ । ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଓ ଏକ ଛୁରୀ ସହ ଗୋଟିଏ ବାଇକ ଜବତ କରାଯାଇଛି । ସେହିପରି ମଞ୍ଚେଶ୍ବର ଅଞ୍ଚଳରୁ ମଧ୍ଯ ୨ ଜଣଙ୍କୁ ଉଠାଇଛି କମିସନରେଟ ପୋଲିସ ।
ଆରମ୍ଭ ହେଲା ‘ଅପରେସନ ଡାଡି’, ଅପରାଧୀଙ୍କୁ ମାଡି ବସୁଛନ୍ତି ଡିସିପିଙ୍କ ନୂଆ ଟିମ ତେବେ ଅପରେସନ ଡାଡିକୁ ସିରିୟସ ନେଇଛନ୍ତି ଡିସିପି । ଏଥି ସହ ପୋଲିସ କଣ୍ଟ୍ରୋଲ ରୁମକୁ ମଧ୍ଯ ଡାଡି ଅପରେସନରେ ସାମିଲ କରାଯାଇଛି । ତୁରନ୍ତ କୌଣସି କଲ ଆସିଲେ ସେହି ଅଞ୍ଚଳର ନାକାବନ୍ଦି ପାଇଁ ମେନ ରୋଡରେ ନୁହେଁ ଗଳି କନ୍ଦି ଜାଗା ଦେଖି ପୋଲିସକୁ ଡିପ୍ଲୟମେଣ୍ଟ କରାଯାଇଛି । ଏନେଇ ଖୁବଶୀଘ୍ର କୋରୋନା ସମୟରେ ଅସ୍ତବ୍ଯସ୍ତ କରିଥିବା ଅପରାଧିଙ୍କୁ କାବୁ କରିବାକୁ ଅପରେସନ ଡାଡିର ଯୋଜନା ରହିଛି । ସେପଟେ ସମସ୍ତ ୩୫ଟି ପିସିଆରକୁ ଆଲର୍ଟ ରହିବାକୁ ନିର୍ଦେଶ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ