ଭୁବନେଶ୍ବର: ଅନଲାଇନରେ ଗାଈ ବିକ୍ରି କରିବାକୁ ଯାଇ ଜଣେ ବ୍ୟକ୍ତି 1 ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଜଣେ ବ୍ୟକ୍ତି ହିନ୍ଦିରେ ନିଜକୁ ଆର୍ମି ଅଫିସର ଏବଂ ଗାଈଟି ପସନ୍ଦ ହୋଇଛି କହି କଅଁଳିଆ କଥା ହେଲା । ପରେ ସେହି ଲୋକଟି ଟଙ୍କା ଗାଈ ମାଲିକକୁ ପାଠାଇବ ବୋଲି କହି ଏକ କ୍ଯୁଆର କୋର୍ଡ ପଠାଇଲା ଏବଂ ସ୍କାନ କରିବା ପାଇଁ କହିଲା । ଆଉ ଗାଈ ବିକ୍ରି ପାଇଁ ଆଡ ଦେଇଥିବା ଯୁବକ ସ୍କାନ କରିବାରୁ ଥରକୁ ଥର ହୋଇ ୮ ଥରରେ ଆକାଉଣ୍ଟରୁ ଖାଲି ହୋଇଗଲା ୧ ଲକ୍ଷ ଟଙ୍କା ।
ଏମିତି ଢଙ୍ଗରେ ଠକାମିର ଶିକାର ହୋଇଛନ୍ତି ଭରତପୁର ଥାନା ଅଞ୍ଚଳର ଦେବାଶିସ ସାହୁ । ସେ ଏନେଇ ସାଇବର ହେଲପ ଡେସ୍କ ସମେତ ଭରତପୁର ଥାନାରେ କରିଛନ୍ତି ଅଭିଯୋଗ ।