ଓଡିଶା

odisha

ETV Bharat / city

ଆହୁରି କନ୍ଦାଇବ ପିଆଜ, ବଢିବ 6ରୁ 10 ଟଙ୍କା - ପିଆଜ ଦର ବୃଦ୍ଧି

ପ୍ରତିଦିନ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ପିଆଜର ଦର । ପିଆଜ ଦର ଆହୁରି ୬ ରୁ ୧୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Nov 5, 2019, 3:11 PM IST

Updated : Nov 5, 2019, 5:17 PM IST

ଭୁବନେଶ୍ବର: ରାଜ୍ୟରେ ବେଲଗାମ ପିଆଜ ଦର । ପ୍ରତିଦିନ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ପିଆଜର ଦର । ସେପଟେ ନିୟନ୍ତ୍ରଣ କରିବା ପରିବର୍ତ୍ତେ ହାତ ଟେକିଦେଲେ ରାଜ୍ୟ ସରକାର । ଏବେ ପିଆଜ କିଲୋ ପ୍ରତି 60 ଛୁଇଁଥିବା ବେଳେ ଆଗକୁ ଆହୁରି କିଛିଦିନ ଦର ବୃଦ୍ଧି ହେବ ବୋଲି କହିଛନ୍ତି ଖୋଦ ବିଭାଗୀୟ ମନ୍ତ୍ରୀ ।

ପିଆଜ ଦରବୃଦ୍ଧି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, 'ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ମଣ୍ଡିରେ ଚଢା ଦର ଥିବା ଯୋଗୁଁ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡୁଛି ।

ଓଡ଼ିଶାର ପିଆଜ ଉତ୍ପାଦନ ଆହୁରି କିଛିଦିନ ସମୟ ଲାଗିବ । ଏଭଳି ସ୍ଥିତିରେ ପିଆଜ ଦର ଆହୁରି ୬ ରୁ ୧୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଲୋକେ କିଭଳି କମ୍ ଦରରେ ପାଇବେ ସେନେଇ ଚିନ୍ତା କରାଯାଉଛି '।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପାଇକାରୀ ଭଣ୍ଡାରରେ ଖାଉଟିଙ୍କୁ ସୁଲଭ ଦରରେ ପିଆଜ ଯୋଗାଇବାପାଇଁ ଚିନ୍ତା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ ରଖିବା ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପନିପରିବା ଓ ଅତ୍ୟାବଶ୍ୟକୀୟ ଜିନିଷ ଉପରେ କଳାବଜାରୀ ରୋକିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Nov 5, 2019, 5:17 PM IST

ABOUT THE AUTHOR

...view details