ଓଡିଶା

odisha

By

Published : Mar 15, 2021, 10:57 PM IST

ETV Bharat / city

ରାଜଧାନୀରେ କିଭଳି କାୟା ମେଲାଇଲା କୋରୋନା..

କୋରୋନା ଭୟ ଭିତରେ ଆଶା ସଂଚାର କରିଛି ଟୀକାକରଣ । ହେଲେ ଜାରି ରହିଛି ଲଢେଇ । ଆଉ ଏହି ଲଢେଇରେ ଓଡିଶାର ପଦକ୍ଷେପ ବିଶ୍ବପାଇଁ ସାଜିଛି ଶିକ୍ଷଣୀୟ । ତେବେ କେଉଁଠୁ ଏହି ଆତଙ୍କର ହେଲା ଆରମ୍ଭ ..

ଓଡିଶାରେ କିଭିଳ କାୟା ମେଳାଇଲା କୋରୋନା..
ଓଡିଶାରେ କିଭିଳ କାୟା ମେଳାଇଲା କୋରୋନା..

ଭୁବନେଶ୍ବର:କୋରୋନା ଭୟ ଭିତରେ ଆଶା ସଂଚାର କରିଛି ଟୀକାକରଣ । ହେଲେ ଜାରି ରହିଛି ଲଢେଇ । ଆଉ ଏହି ଲଢେଇରେ ଓଡିଶାର ପଦକ୍ଷେପ ବିଶ୍ବପାଇଁ ସାଜିଛି ଶିକ୍ଷଣୀୟ । ତେବେ କେଉଁଠୁ ଏହି ଆତଙ୍କର ହେଲା ଆରମ୍ଭ ।

ରାଜଧାନୀରେ କିଭଳି କାୟା ମେଲାଇଲା କୋରୋନା..

ଠିକ ବର୍ଷେ ତଳେ , ଆଜିର ଦିନରେ ଭୁବନେଶ୍ବର ବଡଗଡରୁ ଇଟାଲୀ ଫେରନ୍ତା ଯୁବକଙ୍କ ଠାରେ ଚିହ୍ନଟ ହେଲା ଭୂତାଣୁ । ଆଉ ଏଥିସହ ରାଜ୍ୟରେ ପ୍ରବେଶ କରିଲା ରାକ୍ଷାସରୂପୀ କୋରୋନା । ଏହି ଅଦୃଶ୍ୟ ଭୟର ପଦଧ୍ବନି ରାଜଧାନୀ ସମତେ ପୂରା ଓଡିଶାକୁ କଲା ଥରହର । ଦେଖୁ ଦେଖୁ ସମଗ୍ର ରାଜ୍ୟରେ କାୟା ମେଲାଇ ଚାଲିଲା ମାରାତ୍ମକ ଭାଇରସ । ସତର୍କ ବଳୟରେ ରହିଲେ ଓଡିଶା ଫେରନ୍ତା । ଦିନ ଗଡିବା ସହ ଚିହ୍ନଟ ହେଲେ ହଜାର ହଜାର ସଂଖ୍ୟକ ଆକ୍ରାନ୍ତ । ରାଜଧାନୀ ହେଲା କୋରୋନା ଗଡ । କୋରୋନାରେ ମୁଣ୍ଡ ଏଭଳି ଗଡିଲା ଯେ, ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଲିଭିନଥିଲା ନିଆଁ । କୁହୁଳୁଥିବା ଏହି ଜ୍ବାଳା ଭିତରେ ବଢିଥିଲା କୋକୁଆ ଭୟ । ରାଜଧାନୀର ସୁପର ହଟସ୍ପଟ ପାଲଟିଥିଲା ମଞ୍ଚେଶ୍ବର । ମାତ୍ର 15 ଦିନରେ ଏଠାରୁ ଚିହ୍ନଟ ହୋଇଥିଲେ 100 ପଜେଟିଭି । ଆଉ ତା ପରଠୁ ଗଣମାଧ୍ୟମ , ସରକାରୀ ସାଇଟରୁ ଆସିଲା ନୂଆ ସଂକ୍ରମଣ ଚିହ୍ନଟର ଘନ ଘନ ଖବର ।

ସଂକ୍ରମଣ ପ୍ରତିହିତ ପାଇଁ ଲାଗୁ ହେଲା ଲକଡାଉନ, ସଟଡାଉନ , କ୍ବାରେଣ୍ଟାଇନ କଟକଣା । ଦୋକାନ ବଜାରରେ ତାଲା, ଯାତାୟତ ଠପ ଭଳି କର୍ଫ୍ୟୁ ସ୍ଥିତିରେ ଲୋକ ଘରେ ଭିତରେ ହୋଇଗଲେ ବନ୍ଦୀ । ଜୀବନ ଓ ଜୀବକା ଦୋଛକିରେ ଦହଗଞ୍ଜ ହେଲେ ନୀରିହ ଜନତା । ଶତାବ୍ଦୀର ଏହି ବଡ ସଙ୍କଟର ଲଢେଇରେ ଅସ୍ତ୍ର ସାଜିଲା ମାସ୍କ, ସାନିଟାଇଟଜର । ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ଦ୍ବିତୀୟ ଇଶ୍ବର ସାଜିଲେ ସାକ୍ଷାତ ଇଶ୍ବର । ଅସହ୍ୟ ଗରମ ମଧ୍ୟରେ ପିପିଇ କିଟ ପିନ୍ଧି ସନ୍ତୁଳିତ ହେଲେ ସ୍ବାସ୍ଥ୍ୟ କର୍ମୀ । ହେଲେ ବି ଅଟକିନଥିଲେ ଏହି ସମୁଖ ଯୋଦ୍ଧା ।

ସେପଟେ ପୋଲିସ ମଧ୍ୟ ରାତିଦିନ ତମାମ ନିଜକୁ ବାଜି ଲଗାଇ ଉଲଙ୍ଘନକାରୀଙ୍କୁ ଜଗିଲେ , ସଚେତନ କରାଇଲେ । ସମସ୍ତେ ମିଳିମିଶି ଲଢିଲେ । ଯୁଦ୍ଧ ଲଢୁ ଲଢୁ କେତେକ ଜୀବନ ବି ହାରିଲେ । ଶେଷରେ କମିଲା ସଂକ୍ରମଣ ସ୍ତର । ହେଲେ ବିପଦ ଟଳିନି । ସତର୍କ ନ ହେଲେ କମବ୍ୟାକ କରିପାରେ କୋରୋନା ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details