ଓଡିଶା

odisha

ଏହା ଆମ ବିଫଳତା ନୁହେଁ ସଫଳତା ଅଟେ: ସାରନ୍ୟା ନନ୍ଦ

By

Published : Sep 8, 2019, 3:51 AM IST

Updated : Sep 8, 2019, 12:35 PM IST

ଚନ୍ଦ୍ରଯାନ-2ର ଲାଇଭ ଲ୍ୟାଣ୍ଡିଙ୍ଗ ଦେଖାବାକୁ ଯାଇଥିବା 60 ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ଓଡିଶା ଭୁବନେଶ୍ବରର  ସାରନ୍ୟା ନନ୍ଦ ଅନ୍ୟତମ । ତେବେ ଶନିବାର ସେ  ନିଜର ଅନୁଭୂତି ଇଟିଭି ଭାରତ ସହିତ ବାଣ୍ଟିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଭୁବନେଶ୍ବର: ଚନ୍ଦ୍ରଯାନ-2ର ଲାଇଭ ଲ୍ୟାଣ୍ଡିଂ ଦେଖିବାକୁ ଯାଇଥିବା 60 ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ଓଡିଶା ଭୁବନେଶ୍ବରର ସାରନ୍ୟା ନନ୍ଦ ଅନ୍ୟତମ । ଶନିବାର ନିଜର ଅନୁଭୂତି ସମ୍ପର୍କରେ ସେ ଇଟିଭି ଭାରତ ସହିତ ବାଣ୍ଟିଛନ୍ତି । ଫୋନ ମାଧ୍ୟମରେ ସାରନ୍ୟା ନିଜର ଅନୁଭୂତି ବଖାଣିଥିଲେ ।

ଅଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦେଶବାସୀ ଆମ ବୈଜ୍ଞାନିକଙ୍କ ଉପରେ ବିଶ୍ଵାସ ରଖିବା ଦରକାର । କାରଣ ଆମେ 95% ସଫଳତା ପାଇଛୁ । ଚନ୍ଦ୍ରଯାନ-2 ସଫଳ ଭାବେ ଲ୍ୟାଣ୍ଡିଂ କରିନଥିବାରୁ କୌଣସି ବ୍ୟକ୍ତି ଏଥିପାଇଁ ନିରାଶ ହେବା ଅନୁଚିତ୍ ବୋଲି ସାରନ୍ୟା କହିଛନ୍ତି । ଏଥିସହିତ ସେ ଇସ୍ରୋର ବୈଜ୍ଞାନିକ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବସି ଚନ୍ଦ୍ରଯାନ-2ର ଲାଇଭ୍ ଲ୍ୟାଣ୍ଡିଙ୍ଗ୍ ଦେଖିବାକୁ ସୁଯୋଗ ପାଇଥିବାରୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Sep 8, 2019, 12:35 PM IST

ABOUT THE AUTHOR

...view details