ଓଡିଶା

odisha

ETV Bharat / city

ଆଜିଠୁ ସ୍ମାର୍ଟସିଟିରେ ଲାଗୁ ହେଲା 'ୱାନ୍‌ ନେସନ୍‌, ୱାନ୍‌ କାର୍ଡ' ବ୍ୟବସ୍ଥା

ରାଜଧାନୀର ପୌର ନିଗମ ଅଞ୍ଚଳରେ ଆଜି ଠାରୁ ୱାନ୍‌ ନେସନ୍‌, ୱାନ୍‌ କାର୍ଡ' ବ୍ୟବସ୍ଥା ଆରମ୍ଭ ହୋଇଛି । ହିତାଧିକାରୀମାନେ ନିଜ ଇଚ୍ଛା ଅନୁସାରେ କୌଣସି ଡିଲରଙ୍କ ନିକଟରୁ ତାଙ୍କର ମାସିକ ପିଡ଼ିଏସ ରାସନ ନେଇପାରିବେ ।

ଫଟୋ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

By

Published : Sep 1, 2019, 9:33 PM IST

ଭୁବନେଶ୍ବର: ରାଜଧାନୀର ପୌର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି 'ୱାନ୍‌ ନେସନ୍‌, ୱାନ୍‌ କାର୍ଡ' ବ୍ୟବସ୍ଥା । ଏଣିକି ହିତାଧିକାରୀମାନେ ନିଜ ଇଚ୍ଛା ଅନୁସାରେ କୌଣସି ଡିଲରଙ୍କ ନିକଟରୁ ତାଙ୍କର ମାସିକ ପିଡ଼ିଏସ ରାସନ ନେଇପାରିବେ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ପୂର୍ବରୁ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଡିଲରଙ୍କ ନିକଟରେ ପଞ୍ଜୀକୃତ ହେବା ସହ ସାମଗ୍ରୀ ପାଇବାକୁ ଅନେକ ଦୂରକୁ ଯିବାକୁ ପଡୁଥିଲା । ଏଥିସହିତ ସେମାନଙ୍କର ଅନେକ ସମୟ ଅପଚୟ ମଧ୍ୟ ହେଉଥିଲା । କେନ୍ଦ୍ର ସରକାରଙ୍କ ଏହି ମହତ୍ତ୍ବାକାଂକ୍ଷୀ ଯୋଜନାକୁ ଉପଭୋକ୍ତାମାନେ ପ୍ରଶଂସା କରିଛନ୍ତି । ଏଭଳି ବ୍ୟବସ୍ଥା ପିଡିଏସ ସାମଗ୍ରୀରେ ହେଉଥିବା ଦୁର୍ନୀତିକୁ ମଧ୍ୟ ରୋକିବାରେ ସଫଳ ହେବ ବୋଲି ଆଶା ଜାହିର କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details