ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ପୁଣି ଭୁବନେଶ୍ୱରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ, ସେ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ଅନ୍ୟପଟେ ଆଉ 7 ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି ।
ତେବେ ଆକ୍ରାନ୍ତ ଜଣଙ୍କ ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳର । ତାଙ୍କୁ 73 ବର୍ଷ । ସେ ପୂର୍ବରୁ ଜଣେ ପଜିଟିଭ ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିଲେ । ଯିଏ ଏବେ ଚିକିତ୍ସାଧୀନ ଅଛନ୍ତି । ତେବେ ଉକ୍ତ 7 ଜଣ ସୁସ୍ଥଙ୍କ ମଧ୍ୟରେ ପାତ୍ରପଡା ଅଞ୍ଚଳର 3 ଜଣ ରହିଛନ୍ତି ଜଣେ 40 ବର୍ଷୀୟ ବ୍ୟକ୍ତି ଅନ୍ୟ 2 ଜଣ 31 ଓ 30 ବର୍ଷର ମହିଳା । ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳର 29 ବର୍ଷର ଯୁବକ । ଡୁମଡୁମାର 29 ବର୍ଷର ଯୁବକ ଓ ଅନ୍ୟଜଣେ ମହିଳା ସରକାରୀ ମେଡିକାଲର 25 ବର୍ଷର ଛାତ୍ରୀ ।