ଓଡିଶା

odisha

ETV Bharat / city

ଚାଲିଥିଲା ବାଘ ଛାଲ ବିକ୍ରି ଯୋଜନା, ମାଡି ବସିଲା STF

ପଣ୍ଡ ହେଲା ବାଘ ଛାଲ ବିକ୍ରି ଯୋଜନା । ବେପାରୀକୁ ମାଡି ବସିଲା STF (Special Task Force) । ବୌଦ୍ଧ କଣ୍ଟାମାଳରୁ ବାଘ ଛାଲ ବ୍ୟବସାୟୀ ସଚିନ୍ତନ ନାୟକ ଗିରଫ ହୋଇଛି । ଅଧିକ ପଢନ୍ତୁ

ବାଘ ଛାଲ ବିକ୍ରି ଯୋଜନା ପଣ୍ଡ
ବାଘ ଛାଲ ବିକ୍ରି ଯୋଜନା ପଣ୍ଡ

By

Published : Nov 22, 2021, 12:54 PM IST

ଭୁବନେଶ୍ବର:STF (Special Task Force)କୁ ସଫଳତା । ପଣ୍ଡ ହେଲା ବାଘ ଛାଲ ବିକ୍ରି ଯୋଜନା । ବେପାରୀକୁ ମାଡି ବସିଲା STF । ବୌଦ୍ଧ କଣ୍ଟାମାଳରୁ ବାଘ ଛାଲ ବ୍ୟବସାୟୀ ସଚିନ୍ତନ ନାୟକ ଗିରଫ ହୋଇଛି ।

ବାଘ ଛାଲ ବିକିବାକୁ ଯୋଜନା ହେଉଥିବା ନେଇ ଏସଟିଏଫ ଖବର ପାଇଥିଲା । ଯୋଜନା ମୁତାବକ ଏସଟିଏଫ ଟିମ ବେପାରୀ ନିକଟରୁ ଏକ ବାଘ ଛାଲ ଜବତ କରିବା ସହିତ ଶିକାରୀ ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି । ବନ୍ୟଜନ୍ତୁ ଶିକାର ଧାରା ଅନୁସାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ତେବେ ବନ୍ୟପ୍ରାଣୀ ଅଙ୍ଗତସ୍କରି ଓ ଚୋରାଚାଲାଣ ଘଟଣାରେ ୨୧ଟି ବାଘ ଛାଲ ସହ ୧୧ଟି ହାତୀ ଦାନ୍ତ ୨ଟି ହରିଣ ଛାଲ ସହ ୧୫କେଜି ପାଙ୍ଗୋଲିନ ଛେଲି ସହ ୭ଟି ଜୀବନ୍ତ ବଜ୍ରକାପ୍ତା ଏଯାବତ୍‌ ଜବତ କରିଛି ଏସଟିଏଫ ଟିମ । ଏହି ମାମଲାରେ ୪୦ଜଣ ବନ୍ୟପ୍ରାଣୀ ତସ୍କରିଙ୍କୁ ଗିରଫ କରାଯାଇଛି। ଏନେଇ ସ୍ବତନ୍ତ୍ର ହେଲପଲାଇନ ଜାରି କରିବା ସହ ଏହାକୁ ଧରିବା ବିଭିନ୍ନ ଜିଲ୍ଲାରେ ନିଜର ନେଟୱର୍କ ବିଛାଇଛି ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details