ଓଡିଶା

odisha

ETV Bharat / city

ପାସପୋର୍ଟ ଅଫିସ ସମ୍ମୁଖରୁ ଲୁଟ୍ ଘଟଣା, ଜଣେ ଗିରଫ - loot

ପାସପୋର୍ଟ ଅଫିସ ସମ୍ମୁଖରେ ଥିବା ଏକ କାରରୁ ଭ୍ୟାନିଟ୍ ଓ ସୁନାଗହଣା ଲୁଟି ଫେରାର ହୋଇଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 15, 2019, 7:56 PM IST

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନ ଦ୍ବିପ୍ରହରେ ବିନା ଭୟରେ ଲୋକଙ୍କୁ ଲୁଟୁଛନ୍ତି ଏହି ଲୁଟେରା ଦଳ । କିଛି ଦିନ ତଳେ ଭୁବନେଶ୍ବର ସ୍ଥିତ ପାସପୋର୍ଟ ଅଫିସ ସମ୍ମୁଖରେ ଥିବା ଏକ କାରରୁ ଭ୍ୟାନିଟ୍ ଓ ସୁନାଗହଣା ଲୁଟି ଫେରାର ହୋଇଥିଲେ ଦୁର୍ବୃତ୍ତ । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଆଜି ନୟାପଲ୍ଲୀରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ନିରଞ୍ଜନ ନାୟକ ଓରଫ ଟିକନ । ତା ନିକଟରୁ ଏକ ସୁନାର ହାର, ଚୁଡି, ମଙ୍ଗଳସୂତ୍ର, ଚେନ୍ ସହ ଗୋଟିଏ ମୋବାଇଲ ଫୋନ୍ ଓ ସୁନା ବିକ୍ରି କରିଥିବା ମଣିପୁରମ ସୁନା ଋଣର ଏକ ବିଲ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ରାଜେଶ କୁମାର ସ୍ୱାଇଁ ଓ ତାଙ୍କ ପରିବାର କିଛି କାମରେ ପାସପୋର୍ଟ ଅଫିସ ଯାଇଥିଲେ । କାରଟିକୁ ପାସପୋର୍ଟ ଅଫିସ ସମ୍ମୁଖରେ ପାର୍କିଂ କରିଥିଲେ । ମାତ୍ର ସେ ପାସପୋର୍ଟ ଅଫିସରୁ କାମ ସାରି ଫେରିବା ପରେ କାର ଭିତରୁ ବ୍ୟାଗ ସମେତ ସୁନା ଅଳଙ୍କାର ଥିବା ବ୍ୟାଗ ଓ ଟଙ୍କା ମୋବାଇଲ ଫୋନ ଗାଏବ ହୋଇଯାଇଛି । ତେବେ କାର ଲକ ଥିବା ବେଳେ କେହି ଜଣେ ଦୃର୍ବୃତ୍ତ କାରକୁ ପିଛା କରି ଏପରି କାଣ୍ଡ ଘଟାଇ ଥାଇପାରେ ବୋଲି ରାଜେଶ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ପାସପୋର୍ଟ ଅଫିସ ନିକଟରେ ଲାଗିଥିବା ସିସିଟିଭି ଅଚଳ ଥିବାରୁ ପୋଲିସ ସ୍ଥାନୀୟ ଅପରାଧୀଙ୍କ ଉପରେ ନଜର ରଖିଥିଲା । ଯଦ୍ବାରା ପୋଲିସ ନିରଞ୍ଜନକୁ ଧରିବାର ସଫଳ ହୋଇଥିଲା । ରାଜଧାନୀ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ରାଜଧାନୀ ବାସୀଙ୍କ ପାଇଁ ଏହା କେତେ ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details