ଭୁବନେଶ୍ବର:ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ପୁଣି ଥରେ ନିର୍ବାଚିତ ହେଲେ ଇଂ ତବରେଜ ଖାଁ । ତବରେଜ ଏହା ପୂର୍ବରୁ ଭାରତୀୟ ଛାତ୍ର ସଂସଦର ପ୍ରତିନିଧିତ୍ବ କରିସାରିଛନ୍ତି । ନିକଟରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଛାତ୍ର ସଂସଦ ସମ୍ମିଳନୀରେ ସେ ଯୋଗଦେଇଥିଲେ । ବର୍ତ୍ତମାନ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଥିବା ତବରେଜ ନିଯୁକ୍ତି ନେଇ ଖୁସି ପ୍ରକଟ କରିଛନ୍ତି । ନିଯୁକ୍ତି ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପୁଣିଥରେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ହେଲେ ତବରେଜ ଖାଁ - ଭାରତୀୟ ଛାତ୍ର ସଂସଦ
ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ପୁଣି ଥରେ ନିର୍ବାଚିତ ହେଲେ ଇଂ ତବରେଜ ଖାଁ । ଅଧିକ ପଢନ୍ତୁ...
ତବରେଜ ଖାଁ
ଏହାବାଦ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମୁନା ଖାଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ଦେବାଶିଶ ସାମନ୍ତରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ବାଳ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଓଟିଟିସ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ରାଜ୍ୟ କ୍ଷୁଦ୍ରଶିଳ୍ପ ଅଧକ୍ଷ ଚିନ୍ମୟ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ