ଓଡିଶା

odisha

ETV Bharat / city

‘ରାଜ୍ୟରେ ଫଳପ୍ରଦ ହେବନି ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ’ - ରାଜ୍ୟ ସରକାର

କାର୍ଯ୍ୟକାରୀ ହେବ ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମରେ ଲାଗୁ ହେବ ଏହି ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ରାଜ୍ୟ ସରକାର ସମର୍ଥନ ଦେଇଥିବାବେଳେ ବିଜେଡ଼ି ସରକାର ପୁଣି ଅନିୟମିତତା କରିବା ନେଇ କହିଛି ବିଜେପି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ପ୍ରହସନ ବୋଲି କହିଛି କଂଗ୍ରସ ।

ଡ଼ିଜାଇନ ଫଟୋ

By

Published : Aug 20, 2019, 5:02 PM IST

Updated : Aug 20, 2019, 11:37 PM IST

ଭୁବନେଶ୍ବର: ଦେଶରେ ରାସନ ହିତାଧିକାରୀଙ୍କ କାର୍ଡ ନମ୍ବର ସହ ଆଧାର ନମ୍ବର ସଂଯୋଗ କରିବାକୁ ନିର୍ଦେଶ ନେଇଛନ୍ତି କେନ୍ଦ୍ର ସରକାର । ‘ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ’ ବ୍ୟବସ୍ଥା ଦେଶରେ ପ୍ରଚଳିତ ହେବ । କେନ୍ଦ ସରକାରଙ୍କ ଏହି ନିଷ୍ପତିକୁ ସ୍ବାଗତ ଜଣାଇଛନ୍ତି ରାଜ୍ୟ ସରକାର । କିନ୍ତୁ ରାଜ୍ୟରେ ଏହି ବ୍ୟବସ୍ଥା ଫଳପ୍ରଦ ହେବ କି ନାହିଁ ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଓଡ଼ିଶାରେ ଏହି ବ୍ୟବସ୍ଥା ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପ୍ରଥମିକ ପର୍ଯାୟରେ ଏହା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟକାରୀ ହେବାକୁ ନିଷ୍ପତି ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଯଦିଓ ବିଜେଡ଼ି ସ୍ବାଗତ କରିଛି ତେବେ ଏହା କେତେଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧି ବିଜେପି ।

ପୂର୍ବରୁ ରାସନ କାର୍ଡ ବଣ୍ଟା ଓ ହିତାଧିକାରୀ ଚୟନରେ ଅନେକ ତ୍ରୁଟି ଓ ଅନିୟମିତତା ହୋଇଛି । ଏବେ ମଧ୍ୟ କିଛି ବିଶେଷ ଅଧିକ କିଛି ଆଶା ରଖାଯିବା ବ୍ୟର୍ଥ । ସରକାର ପୁନର୍ବାର ସେଇ କଥା ଦୋହରାଇବେ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ସେପଟେ କେନ୍ଦ ସରକାରଙ୍କ ଏହି ନିଷ୍ପତିକୁ ପରିହାସ କରିଛି ରାଜ୍ୟ କଂଗ୍ରେସ । ସମସ୍ତ ସ୍ଥାନ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିବା ଦରକାର । ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଏକ ପ୍ରହସନ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Last Updated : Aug 20, 2019, 11:37 PM IST

ABOUT THE AUTHOR

...view details