ଓଡିଶା

odisha

ETV Bharat / city

ପରିବେଶ ସୁରକ୍ଷାକୁ କଡାକଡି କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

ପରବେଶ ସୁରକ୍ଷା ଆଇନକୁ ବିଶ୍ଵ ସ୍ତରରେ କଡାକଡି କରିବା ଦାବିରେ ରାଜଧାନୀ ରାଜରାସ୍ତାରେ ଚାଲିଲେ ଶହ ଶହ ଛାତ୍ରଛାତ୍ରୀ।

global warming
ପରିବେଶ ସୁରକ୍ଷାକୁ କଡାକଡି କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

By

Published : Nov 29, 2019, 1:37 PM IST

ଭୁବନେଶ୍ବର: ପରିବେଶ ସୁରକ୍ଷା ଚିନ୍ତା ସମସ୍ତଙ୍କୁ ଘାରିଛି । ଏବେ ଏଥିରୁ ବାଦ ପଡି ନାହାନ୍ତି ଛାତ୍ରଛାତ୍ରୀ । ପରିବେଶ ସୁରକ୍ଷା ଆଇନକୁ ବିଶ୍ଵସ୍ତରରେ କଡାକଡି କରିବା ଦାବିରେ ରାଜରାସ୍ତାରେ ଚାଲିଲେ ଶହ ଶହ ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାଲି କରିଥିବା ଦେଖିବାକୁ ମିଳିଛି।

ଧୀରେ ଧୀରେ ପରିବେଶ ନଷ୍ଟ ହେବା ସହ ଗ୍ଲୋବାଲ ୱାରମିଂ(ବିଶ୍ୱ ତାପନ) ବଢ଼ିବାରେ ଲାଗିଛି । ଯାହାଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରାଜଧାନୀର ଉନ୍ମତ୍ତ ଫାଉଣ୍ଡେସନ ସହ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପରିବେଶ ସୁରକ୍ଷାକୁ କଡାକଡି କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

ସବୁଠାରୁ ବଡ଼ କଥା ହେଲା ନର୍ସରି ସ୍କୁଲର ଅନେକ କୁନି କୁନା ପିଲା ଯୋଗଦେଇ 'ୱାନ ଟୁ ଥ୍ରୀ ଲେଟସ ପ୍ଲାଣ୍ଟ ମୋର ଟ୍ରି ' ଭଳି ନାରା ଦେଉଥିବା ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details