ଓଡିଶା

odisha

By

Published : Jul 10, 2019, 9:46 PM IST

ETV Bharat / city

ଆଇକନିକ୍ ଟୁରିଜିମ ଲିଷ୍ଟ: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସ୍ଥାନ ଦେବାକୁ ନବୀନଙ୍କ ଚିଠି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାର ଥିବା ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅତି କମରେ ଦୁଇଟିକୁ ଆଇକନିକ୍ ଟୁରିଜିମରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଫାଇଲ ଫଟୋ


ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ କେନ୍ଦ୍ରର ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଥିଲେ । ହେଲେ ୧୨ଟି ରାଜ୍ୟର ୧୭ଟି ପର୍ଯ୍ୟଟନ ସ୍ଥଳ ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାର ଥିବା ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅତି କମରେ ଦୁଇଟିକୁ ଆଇକନିକ୍ ଟୁରିଜିମରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ରାଜ୍ୟର କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ଭିତରକନିକା ଜାତୀୟ ପାର୍କ, ଶିମିଳିପାଳ ଓ ଡାଇମଣ୍ଡ ଟ୍ରାଇଏଙ୍ଗଲ୍ ବୁଦ୍ଧିଷ୍ଟ ସର୍କିଟ୍ ବା ରତ୍ନଗିରି-ଉଦୟଗିରି-ଲଳିତଗିରି ମଧ୍ୟରୁ ଅତି କମ୍‌ରେ ଦୁଇଟିକୁ ଆଇକନିକ୍ ଟୁରିଜିମ ତାଲିକାରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଚଳିତ ବଜେଟରେ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶାର ଅତି କମରେ ୨-୩ଟି ପର୍ଯ୍ୟଟନ ସ୍ଥଳ ଏଥିରେ ସ୍ଥାନ ପାଇବ ବୋଲି ଆଶା କରାଯାଉଥିଲା । ହେଲେ ତାଲିକା ପ୍ରକାଶ ପରେ ନିରାଶ ହୋଇଛି ଓଡିଶା ।

ଆଇକନିକ୍ ଟୁରିଷ୍ଟ ସାଇଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟରେ ଧାର୍ମିକ ଗୁରୁତ୍ବ, ପ୍ରାକୃତିକ ପରିବେଶ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଥିବା ଆଦି ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଉଛି । ଯାହା ଦ୍ବାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details