ଭୁବନେଶ୍ବର: କୋରୋନା ପାଇଁ ସାରା ଦେଶ ଏକ ପ୍ରକାରର ଅଘୋଷିତ ଯୁଦ୍ଧ ଲଢୁଛି । ଓଡିଶା ବି କୋରୋନାକୁ ନେଇ ଚିନ୍ତିତ । ଭାଇରସ ସହ ମୁକବିଲା ପାଇଁ ତତ୍ପର ଅଛନ୍ତି ରାଜ୍ୟ ସରକାର । କୋରୋନା ବିରୋଧରେ ଲଢେଇ ପାଇଁ ଅର୍ଥର ମଧ୍ୟ ଆବଶ୍ୟକତା ରହିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଷ୍ଟ୍ରାୟତ ଓଡିଶା ଖଣି ନିଗମ(OMC) ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେଇଛି।
କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ OMC ଦେଲା 500 କୋଟି - ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଷ୍ଟ୍ରାୟତ ଓଡିଶା ଖଣି ନିଗମ(OMC) ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୋରୋନା ମୁକାବିଲା ପାଇଁ 500 କୋଟି ଟଙ୍କା ପ୍ରଦାନ କରିଛି । ଅଧିକ ପଢନ୍ତୁ...
କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ OMC ଦେଲା 500 କୋଟି
ରାଜ୍ୟର ଲାଭପ୍ରଦାନକାରୀ ରାଷ୍ଟ୍ରାୟତ ଉଦ୍ୟୋଗ ଓଏମସି 500 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛି । କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଅନ୍ୟପକ୍ଷେ ସବୁ ବିଜେଡି ବିଧାୟକ ଓ ସାଂସଦମାନେ ମଧ୍ୟ ସେମାନଙ୍କ ଦରମା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ