ଭୁବନେଶ୍ବର: ରାଜ୍ୟରେ ଏବେ ଓମ୍ ବାବାଙ୍କୁ ନେଇ ବଢିବାରେ ଲାଗିଛି ବିବାଦ । ଦ୍ବିତୀୟ କୋଣାର୍କ ନିର୍ମାଣ ଘୋଷାଣା କରିବା ପରଠାରୁ ଓମ୍ ବାବା ଯେମିତି ଏବେ ଚର୍ଚ୍ଚାରେ ।
ସୂଚନା ଅନୁସାରେ ଚନ୍ଦ୍ରଭାଗା କୂଳରେ ବାବା ନିର୍ମାଣ କରିବା ପାଇଁ ଯାଉଛନ୍ତି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏଥିପାଇଁ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା କହିଛନ୍ତି । ଆସନ୍ତା ଦୀପାବଳି ଠାରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବାବା ଘୋଷଣା କରିଛନ୍ତି । ଦ୍ବିତୀୟ କୋଣାର୍କ କାର୍ଯ୍ୟ ଆରମ୍ଭ ଦିନ ଦେଶର ବିଭିନ୍ନ ରାଜନେତା ଓ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିବା ସହ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଧର୍ମାବଲମ୍ବୀ ମାନେ ସାମିଲ ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।
ଏହି ମନ୍ଦିର ନିର୍ମାଣ ତଦାରଖ କରିବା ପାଇଁ ରଘୁନାଥ ମହାପାତ୍ର ଦାୟିତ୍ବ ନେଇଥିବା ମଧ୍ୟ ବାବା କହିଛନ୍ତି । ଦ୍ବିତୀୟ କୋଣାର୍କ ପାଇଁ ରାଜ୍ୟ ବାହାରୁ ପଥର ଅଣାଯିବ । ନିର୍ମାଣ କାମ ଏକ ବର୍ଷରେ ସମ୍ପୁର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ବିବାଦୀୟ ବାବା । ବିଗବସ କାର୍ଯ୍ୟକ୍ରମର ଏହି ବିବାଦୀୟ ବାବା କହିଛନ୍ତି ସେ ଏଥିପାଇଁ ଆବଶ୍ୟକ ଜମି ମଧ୍ୟ କୋଣାର୍କରେ କିଣି ସାରିଛନ୍ତି ।