ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା OJEE ରେଜଲ୍ଟ; ବିଟେକରେ ପୀୟୁଷ ଚନ୍ଦୁକା ଟପ୍ପର - OJEE ରେଜଲ୍ଟ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା( OJEE) ରେଜଲ୍ଟ ପ୍ରକାଶ । ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା OJEE ରେଜଲ୍ଟ
ପ୍ରକାଶ ପାଇଲା OJEE ରେଜଲ୍ଟ

By

Published : Sep 29, 2021, 6:20 PM IST

Updated : Sep 29, 2021, 9:10 PM IST

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( OJEE) ରେଜଲ୍ଟ ଘୋଷଣା । ରେଜଲ୍ଟ ଅନୁଯାୟୀ, ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଥିବା ଜଣାପଡିଛି । ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ଦେଇଥିଲେ ଓଜେଇଇ ।

OJEE ପରୀକ୍ଷା ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇ ୧୮ରେ ସରିଥିଲା । ୨ଟି ବୈଷୟିକ ଓ ବୃତ୍ତିଗତ ବର୍ଗ ଶିକ୍ଷା ପାଇଁ ହୋଇଥିଲା ପ୍ରବେଶିକା ପରୀକ୍ଷା । ତେବେ ପରୀକ୍ଷା ରେଜଲ୍ଟ http://ojee.nic.in ୱେବସାଇଟରେ ଉପଲବ୍ଧ ଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ପାଇଲା OJEE ରେଜଲ୍ଟ; ବିଟେକରେ ପୀୟୁଷ ଚନ୍ଦୁକା ଟପ୍ପର

ବି ଫର୍ମାରେ ଲକ୍ଷ୍ମୀପ୍ରିୟ ସେନାପତି, ଏଲ ଇ ଟେକ୍‌ରେ ପିଙ୍କିନାରାୟଣୀ ସାହୁ, ବିଟେକ(ସ୍ୱତନ୍ତ୍ର)ରେ ପୀୟୁଷ ଚନ୍ଦୁକା, ଏମବିଏ ରେ ଅଶୁତୋସ ରଥ, ଏମ ସି ଏ ରେ ନିସିକାନ୍ତ ପରିଡ଼ା, ଏମଫାର୍ମା ରେ କେ ସଂଜନା ସୁବୁଦ୍ଧି । ସେହିପରି ଭାବରେ ସିଭିଲ ଇଞ୍ଜିନିୟରିଂରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟବ୍ରତ ସାହୁ, ମେକାନିକାଲ ଇଞ୍ଜିନିୟରିଂରେ ମଳୟ କୁମାର ଓଝା, କମ୍ପୁଟର ସାଇନ୍ସରେ ସୌମ୍ୟ ପାତ୍ର, ଆଦି ଟପର ହୋଇଛନ୍ତି ।

ତେବେ ପ୍ରବେଶିକା ପରୀକ୍ଷା ପାଇଁ ମୋଟ 65 ହଜାର 763 ଜଣଙ୍କୁ ରେଜିଷ୍ଟ୍ରର କରିଥିଲେ । ସେଥିମଧ୍ୟରୁ 49 ହଜାର 360 ଜଣ ପିଲା ଦେଇଥିଲେ ପ୍ରବେଶିକା ପରୀକ୍ଷା । ସେପ୍ଟେମ୍ବର 6ରୁ 18 ତାରିଖ ଯାଏ 12ଟି ବର୍ଗରେ ହୋଇଥିଲା ପରୀକ୍ଷା । ଓଜେଇଇ ପାଇଁ 30ଟି ସହରରେ 57 ଟି ପରୀକ୍ଷା କେନ୍ଦ୍ର ସହ ରାଜ୍ୟ ବାହାରେ 3 ଟି ସହରରେ ହୋଇଥିଲା ପରୀକ୍ଷା ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରେମାନଦ ନାୟକ, ବିଭାଗର ପ୍ରମୁଖ ଶାସନ ସଚିବ, ହେମନ୍ତ ଶର୍ମା, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ ଏବଂ ଓଜେଇଇର ଅଧକ୍ଷଙ୍କ ଉପସ୍ଥିତିରେ OJEE ପରୀକ୍ଷା ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତକ ଉନ୍ମୋଚନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 29, 2021, 9:10 PM IST

ABOUT THE AUTHOR

...view details