ଭୁବନେଶ୍ବର: ରାତିପାହିଲେ ଅଫଲାଇନ ମାଟ୍ରିକ ପରୀକ୍ଷା ଦେବେ ଚଳିତ ବର୍ଷର ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ମାର୍କକୁ ନେଇ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଏଥିସପାଇଁ 15136 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସୁରୁଖୁରୁରେ ପରୀକ୍ଷା ପରିଚାଳନା ପାଇଁ 504ଟି ସେଣ୍ଟରରେ ବ୍ୟବସ୍ଥା କରାଯାଇଛି ।
ରାତିପାହିଲେ ମାଟ୍ରିକ ପରୀକ୍ଷା, କଟକଣା କଡାକଡି
ଆସନ୍ତାକାଲି (ଶୁକ୍ରବାର) ଅଫଲାଇନ ମାଟ୍ରିକ ପରୀକ୍ଷା । 504ଟି କେନ୍ଦ୍ରରେ ହେବ ପରୀକ୍ଷା । କୋଭିଡ କଟକଣା ମଧ୍ୟରେ ପରୀକ୍ଷା ହେବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ..
କୋଭିଡର ସମସ୍ତ ନିୟମ ପାଳନ କରି କରାଯିବ ପରୀକ୍ଷା । ଜୁଲାଇ 30 ରୁ 5 ଯାଏ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଅନ୍ୟପଟେ 2555 ଜଣ ସ୍ୱତନ୍ତ୍ର ବିଭାଗର ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ 139 ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ସେମାନଙ୍କର ପରୀକ୍ଷା ଫଳ ପ୍ରକାଶ ନପାଇବାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ଆଜି(ଗୁରୁବାର) ଏନେଇ ମାନବାଧିକାର କମିଶନ ନିଷ୍ପତ୍ତି ଶୁଣେଇବେ । ନିର୍ଦ୍ଦେଶ ଅନୁସାରେ ନିୟମ ପାଳନ କରିବୁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ