ଓଡିଶା

odisha

By

Published : May 2, 2020, 7:28 PM IST

ETV Bharat / city

ଯାଜପୁରର କଟିକଟା ପାଲଟିଛି ଓଡିଶାର ନୂଆ ହଟସ୍ପଟ

କୋରୋନାକୁ ନେଇ ଚିନ୍ତାରେ ପଡିଛି ଯାଜପୁର ଜିଲ୍ଳା ପ୍ରଶାସନ। ପୂର୍ବରୁ ରାଜଧାନୀ ଭୁବନେଶ୍ବର ହଟସ୍ପଟ ରହିଥିବା ବେଳେ ଏବେ ଯାଜପୁରର କଟିକଟା ନୂଆ ହଟସ୍ପଟ ହୋଇଛି। ଅଧିକ ପଢନ୍ତୁ...

official corona update
ଯାଜପୁରର କଟିକଟା ପାଲଟିଛି ଓଡିଶାର ନୂଆ ହଟସ୍ପଟ

ଭୁବନେଶ୍ବର: କୋରୋନାକୁ ନେଇ ଚିନ୍ତାରେ ପଡିଛି ଯାଜପୁର ଜିଲ୍ଳା ପ୍ରଶାସନ। ପୂର୍ବରୁ ରାଜଧାନୀ ଭୁବନେଶ୍ବର ହଟସ୍ପଟ ରହିଥିବା ବେଳେ ଏବେ ଯାଜପୁରର କଟିକଟା ନୂଆ ହଟସ୍ପଟ ହୋଇଛି। ଏଠାରୁ ସମୁଦାୟ 21ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ।

କଟିକଟା ଅଞ୍ଚଳରେ ପ୍ରାୟ 4500 ଲୋକ ରୁହନ୍ତି। ତେବେ ଏହି ଅଞ୍ଚଳକୁ ବାହାର ରାଜ୍ୟରୁ ଆସିଥିବା ଲୋକମାନେ କୌଣସି ସରକାରୀ ଗାଉଡ୍‌ଲାଇନ୍‌ ନ ମାନି ଗାଁରେ ବୁଲାବୁଲି କରିଥିଲେ। ଯାହା ଫଳରେ ଅନେକ ଲୋକ ଆକ୍ରାନ୍ତ ହୋଇଥିଲେ।

ତେବେ ଏହି ଅଞ୍ଚଳର ସମସ୍ତ ଘର ବୁଲି ସ୍ବାସ୍ଥ୍ୟ କର୍ମୀମାନେ ରକ୍ତ ପରୀକ୍ଷା କରିବା ସହ ସ୍ବାବ ପରୀକ୍ଷା କରୁଛନ୍ତି। ସମସ୍ତ ଅଞ୍ଚଳକୁ ସିଲ କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ଏବେ ସର୍ବାଧିକ କୋରୋନା ଆକ୍ଟିଭ କେସ ରହିଛି ।

ଅନ୍ୟପଟେ ରାଜ୍ୟରେ 7 ସପ୍ତାହ ହେବ ଦ୍ରୁତ ଗତିରେ ଟେଷ୍ଟ ବଢିଯାଇଛି। ପ୍ରତି ଭାରତରେ10 ଲକ୍ଷ ଲୋକଙ୍କ ପାଇଁ 700 ଟେଷ୍ଟ ହେଉଥିବାବେଳେ ଓଡିଶାରେ 796 ଟେଷ୍ଟ କରାଯାଉଛି। ଆଗାମୀ ଦିନରେ ଆହୁରି ଅଧିକ ଟେଷ୍ଟ କରାଯିବ। 5 ଗୁଣ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details