ଓଡିଶା

odisha

ETV Bharat / city

ରାଜ୍ୟ ବାହାରୁ ଆସିଲେ, ଚେକ୍‌ ପଏଣ୍ଟରେ ଲାଗିବ ଅଲିଭା କାଳି - ରାଜ୍ୟ ବାହାରୁ ଆସିଲେ

ଲକ୍‌ଡାଉନ୍‌ ଚାଲୁଥିବା ସମୟରେ ବାହାର ରାଜ୍ୟରୁ ପ୍ରବାସୀ ଓଡିଆମାନେ ଓଡିଶାକୁ ଆସିବେ । ସେମାନେ ବସ୍‌ କିମ୍ବା ଟ୍ରେନ୍‌ ଯୋଗେ ରାଜ୍ୟକୁ ଆସିବେ । ତେବେ ଆସିବା ପୂର୍ବରୁ ଉକ୍ତ ରାଜ୍ୟରେ ସ୍ବାସ୍ଥ୍ୟ ସ୍କ୍ରିନିଂ କରିବା ବାଧ୍ୟତାମୂଳକ । ଏହା ସ୍ଥାନୀୟ ସରକାର କରିବେ ବୋଲି ଆଜି ପ୍ରେସ ବିବୃତିରେ ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି । ଅଧିକ ପଢନ୍ତୁ...

official corona update
ରାଜ୍ୟ ବାହାରୁ ଆସିଲେ, ଚେକ୍‌ ପଏଣ୍ଟରେ ଲାଗିବ ଅଲିଭା କାଳି

By

Published : May 1, 2020, 7:18 PM IST

Updated : May 1, 2020, 9:11 PM IST

ଭୁବନେଶ୍ବର: ଲକ୍‌ଡାଉନ୍‌ ଚାଲୁଥିବା ସମୟରେ ବାହାର ରାଜ୍ୟରୁ ପ୍ରବାସୀ ଓଡିଆମାନେ ଓଡିଶାକୁ ଆସିବେ । ସେମାନେ ବସ୍‌ କିମ୍ବା ଟ୍ରେନ୍‌ ଯୋଗେ ରାଜ୍ୟକୁ ଆସିବେ । ତେବେ ଆସିବା ପୂର୍ବରୁ ଉକ୍ତ ରାଜ୍ୟରେ ସ୍ବାସ୍ଥ୍ୟ ସ୍କ୍ରିନିଂ କରିବା ବାଧ୍ୟତାମୂଳକ । ଏହା ସ୍ଥାନୀୟ ସରକାର କରିବେ ବୋଲି ଆଜି ପ୍ରେସ ବିବୃତିରେ ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି ।

ରାଜ୍ୟ ବାହାରୁ ଆସିଲେ, ଚେକ୍‌ ପଏଣ୍ଟରେ ଲାଗିବ ଅଲିଭା କାଳି

ସେହିପରି ସେମାନଙ୍କର ସ୍ବାସ୍ଥ୍ୟ ରିପୋର୍ଟ ଉକ୍ତ ସରକାରଙ୍କୁ ଦାଖଲ କରିବା ସହ ସେଠାରୁ ଏକ ପାସ ନେଇ ଆସିବେ ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପଟେ ଓଡିଶା ସରକାର ପ୍ରବାସୀମାନଙ୍କ ପାଇଁ ପଞ୍ଜିକରଣ ପୋର୍ଟାଲ କରିଛନ୍ତି । ଏହାକୁ ଅନୁଧ୍ୟାନ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଚେକ ପଏଣ୍ଟ କରାଯାଇଛି । ଚେକ ପଏଣ୍ଟରେ ରାଜ୍ୟର ଅଧିକାରୀମାନେ ମୁତୟନ ରହିବେ । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କର ତଥ୍ୟ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ସବୁ ରାସ୍ତା ଦେଇ ଆସିପାରିବେନି ପ୍ରବାସୀ ଓଡିଆ । ସେମାନଙ୍କ ପାଇଁ 11 ଟି ପ୍ରବେଶ ପଥ କରାଯାଇଛି । ଗ୍ରାମାଞ୍ଚଳରେ ଯେଉଁମାନେ ସଙ୍ଗରୋଧ ଭାବେ ରହିବେ ସେମାନଙ୍କର ଘର ଆଗରେ ପୋଷ୍ଟର ଲାଗିବ । ନିଜ ଘରେ ରହିବା ପାଇଁ ସରପଞ୍ଚ ନିଷ୍ପତି ନେବେ । ମହିଳା, ଗର୍ଭବତୀ, ଶିଶୁ, କିନ୍ନରମାନଙ୍କୁ କିଭଳି ଏକ ସ୍ବତନ୍ତ୍ର ଘରେ ରଖାଯିବ ସେନେଇ ସ୍ଥାନୀୟ ପ୍ରତିନିଧି ମାନେ ସ୍ଥିର କରିବେ । ଯଦି ସେମାନଙ୍କର ଘରେ ବ୍ୟବସ୍ଥା ନାହିଁ ତେବେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ସେ ଦର୍ଶାଇଛନ୍ତି ।

ଜାନୁଆରୀ ମାସରୁ ସରକାର ଯେଉଁ ସବୁ ଯୋଜନା କରିଥିଲେ ତାହା ଏବେ ସୁଫଳ ମିଳୁଛି । ବାହାର ରାଜ୍ୟରେ ଫସିଥିବା ଓଡିଆଙ୍କ ଫେରିବା ବାଟ ଖୋଲିଛି । ମୁଖ୍ୟମନ୍ତ୍ରୀ 3 ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ଯୋଜନା ସଫଳ କରିଛନ୍ତି ।

ତେବେ ପ୍ରବାସୀ ଓଡିଆମାନେ ଆସିବାବେଳେ ସେମାନେ ରେଜିଷ୍ଟେସନ କରିଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ । କେଉଁ ରାସ୍ତା ଦେଇ ଓଡିଶା ଭିତରକୁ ପ୍ରବେଶ କରିବେ ସେନେଇ ତଥ୍ୟ ଦେବାକୁ ପଡିବ ଏବଂ କେଉଁ ସ୍ଥାନକୁ ଯିବେ ତାହା ମଧ୍ୟ ସୂଚନା ଦେବାକୁ ବାଧ୍ୟତାମୂଳକ ।

ବସରେ ଆସୁଥିବା ପ୍ରବାସୀଙ୍କୁ ଚେକ ପଏଣ୍ଟରେ ବାମ ହାତରେ ଇଙ୍କ୍‌ ଲଗାଯିବ । ସେପଟେ ଯଦି ଟ୍ରେନରେ ଆସିଥାନ୍ତି ତେବେ ସେମାନେ କେଉଁଠୁ ଆସିଲେ, ରାଜ୍ୟର କେଉଁ ଜିଲ୍ଲାକୁ ଯିବେ, ସମସ୍ତ ତଥ୍ୟ ଟ୍ରେନରୁ ଓଲ୍ହାଇଲେ ଦେବାକୁ ପଡିବ । ରାଜ୍ୟରେ କିଛି ବଡ ବଡ ଷ୍ଟେସନରେ ଟ୍ରେନ ଅଟକିବ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ବସ ମାଧ୍ୟମରେ ନିଜ ଅଞ୍ଚଳକୁ ନେବେ ଏବଂ ସଙ୍ଗରୋଧ କରିବେ ବୋଲି ସେ ଆଲୋକପାତ କରିଛନ୍ତି ।

ସହରାଞ୍ଚଳରେ ବିଏମସି ଓ ହୋମ କ୍ବାରେଣ୍ଟାଇନ ଅଫିସର ସହଯୋଗରେ 14 ଦିନ ରୋଗୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ପରଖିବେ । ଯଦି କୌଣସି ବ୍ୟକ୍ତିଙ୍କର ଘର ନଥିବ ତାଙ୍କୁ ସରକାରଙ୍କର ସଙ୍ଗରୋଧ କେନ୍ଦ୍ରରେ ରଖାଯିବ । ସେହିପରି ଯେଉଁମାନେ ଚାହିଁବେ ସେମାନେ ହୋଟେଲରେ ପେଡ୍‌ ସଙ୍ଗରୋଧ ମଧ୍ୟ ରହି ପାରିବେ ।

ଯେଉଁମାନେ ସଙ୍ଗରୋଧରେ ରହିବେ ସେମାନଙ୍କ ଘର ଆଗରେ ଏକ ଷ୍ଟିକର ରହିବ । ଛୋଟ ଛୋଟ ମେଡିକାଲ ଟିମ୍‌ ଘରକୁ ଯାଇ ମେଡିକାଲ ଚେକ କରିବେ । 14 ଦିନ ସଙ୍ଗରୋଧରେ ରହିବା ପରେ 2000 ଟଙ୍କା ଦିଆଯିବ । ତେବେ ସଙ୍ଗରୋଧ ନିୟମ ନମାନିଲେ ସେମାନଙ୍କ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 1, 2020, 9:11 PM IST

ABOUT THE AUTHOR

...view details