ଓଡିଶା

odisha

ETV Bharat / city

ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡିଆ ଦାଦନ ଶ୍ରମିକ; ଉଦ୍ଧାର ପାଇଁ ହାତଯୋଡି ନିବେଦନ - ଭୁବନେଶ୍ବର

ଶ୍ରୀଲଙ୍କାରେ ଫସିଛନ୍ତି ୧୧ଜଣ ଓଡିଆ ଦାଦନ ଶ୍ରମିକ । ତେବେ ଖୋର୍ଦ୍ଧା ଓ ନୟାଗଡର ଅଧିକାଂଶ ଶ୍ରମିକ ରହିଥିବା ବେଳେ ଶ୍ରୀଲଙ୍କାରୁ ଏକ ଭିଡିଓ ଜରିଆରେ କାନ୍ଦି କାନ୍ଦି ହାତଯୋଡି ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ଶ୍ରମିକ ମାନେ। ଜାଣନ୍ତୁ ପୁରା ଖବର...

ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡିଆ ଦାଦନ ଶ୍ରମିକ ;  ଉଦ୍ଧାର ପାଇଁ ହାତଯୋଡି ନିବେଦନ
ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡିଆ ଦାଦନ ଶ୍ରମିକ ; ଉଦ୍ଧାର ପାଇଁ ହାତଯୋଡି ନିବେଦନ

By

Published : Jan 8, 2020, 6:22 PM IST

ଭୁବନେଶ୍ବର: ଶ୍ରୀଲଙ୍କାରେ ଫସିଛନ୍ତି ୧୧ଜଣ ଓଡିଆ ଦାଦନ ଶ୍ରମିକ । ଦିନକୁ ୮ଘଣ୍ଟା ଡ୍ୟୁଟି ସାଙ୍ଗକୁ ମାସକୁ ୩୦ ରୁ ୬୦ ହଜାର ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ଦାଦନ ଖଟାଉଛନ୍ତି କଣ୍ଟ୍ରାକ୍ଟର । ଦୀପକ ପାଢୀ ଓ ପ୍ରକାଶ ସାମନ୍ତରାୟ ନାମକ ଦୁଇ ଜଣ ଠିକାଦାର ସେମାନଙ୍କୁ ପଠାଇଥିବା ବେଳେ ସେଠାରେ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି।

ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡିଆ ଦାଦନ ଶ୍ରମିକ ; ଉଦ୍ଧାର ପାଇଁ ହାତଯୋଡି ନିବେଦନ

ଆଏମଟିପି କମ୍ପାନୀରେ ୮ ଘଣ୍ଟା ଡ୍ୟୁଟି କହି ୧୫ ଘଣ୍ଟା ଖଟାଉଥିବା ବେଳେ ଖାଇବାକୁ ଦେଉଛନ୍ତି କେବଳ ଭାତ ଡାଲି। ତେବେ ଖୋର୍ଦ୍ଧା ଓ ନୟାଗଡର ଅଧିକାଂଶ ଶ୍ରମିକ ରହିଥିବା ବେଳେ ଶ୍ରୀଲଙ୍କାରୁ ଏକ ଭିଡିଓ ଜରିଆରେ କାନ୍ଦି କାନ୍ଦି ହାତଯୋଡି ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ଶ୍ରମିକ ମାନେ।

ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡିଆ ଦାଦନ ଶ୍ରମିକ

ତେବେ 5T ଜରିଆରେ ଦାଦନ ଶ୍ରମିକଙ୍କୁ ପ୍ରଲୋଭିତ କରି ଦଲାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଏପରି ଓଡିଆ ଦାଦନ ଶ୍ରମିକଙ୍କ ଅତ୍ୟାଚାର ନେଇ କଣ ପଦକ୍ଷେପ ନେଉଛନ୍ତି ସରକାର ତା ଉପରେ ନଜର ରହିଛି ।

ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡିଆ ଦାଦନ ଶ୍ରମିକ

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details