ଓଡିଶା

odisha

ETV Bharat / city

ନୃତ୍ୟରେ ସଂଯୁକ୍ତାଙ୍କୁ ଶ୍ରଦ୍ଧାଞ୍ଜଳି - ନୃତ୍ୟରେ ସଂଯୁକ୍ତାଙ୍କୁ ଶ୍ରଦ୍ଧାଞ୍ଜଳି

ରବୀନ୍ଦ୍ରମଣ୍ଡପଠାରେ ପାଳିତ ହୋଇଯାଇଛି ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜନ୍ମବାର୍ଷୀକି।ଶନିବାର ଏହି ଦିବଙ୍ଗତ ଶିଳ୍ପୀଙ୍କ ଜୟନ୍ତୀରେ ତାଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀମାନେ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Aug 25, 2019, 5:40 AM IST

ଭୁବନେଶ୍ବର: ଓଡିଶୀ ନୃତ୍ୟର ଏକ ସୁଉଚ୍ଚାରିତ ନାମ ହେଉଛି ସଂଯୁକ୍ତା ପାଣିଗ୍ରାହୀ। ସେ ଜଣେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ସ୍ବର୍ଗତ ଶିଳ୍ପୀଙ୍କ ଅବଦାନ ଓଡିଶୀର ଜୟଯାତ୍ରାରେ ଏକ ମାଇଲ ଖୁଣ୍ଟ ସଦୃଶ୍ୟ। ଶନିବାର ଏହି ଦିବଙ୍ଗତ ଶିଳ୍ପୀଙ୍କ ଜୟନ୍ତୀରେ ତାଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀମାନେ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ସ୍ଥାନୀୟ ରବୀନ୍ଦ୍ରମଣ୍ଡପରେ ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହି କଲଚରାଲ ହେରିଟେଜ ଫାଉଣ୍ଡେସନ ଏବଂ ରାଜ୍ୟ ପର୍ଯ୍ୟଟନ,ଓଡ଼ିଆ ଭାଷା -ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ତୁମରି ସ୍ମୃତିରେ କାର୍ଯ୍ୟକ୍ରମ।ଯେଉଁଥିରେ ଶାସ୍ତ୍ରୀୟ ନୃତ୍ୟର ଶିଳ୍ପୀମାନେ ସେମାନଙ୍କ ଭାବପୁର୍ଣ ଉତ୍କର୍ଷ ନୃତ୍ୟ ପ୍ରଦର୍ଶନ ପୂର୍ବକ ସ୍ବର୍ଗତ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତେବେ ବିଭିନ୍ନ ଓଡିଶୀ ଡ୍ୟାନ୍ସ ଗ୍ରୁପଙ୍କ ଦ୍ବାରା ପରିବେଶଣ କରାଯାଇଥିବା ମନଛୁଆଁ ନୃତ୍ୟୁ ଉପସ୍ଥିତ ଦର୍ଶକଙ୍କୁ ବେଶ ଆନନ୍ଦିତ କରିଥିଲା।

ଆୟୋଜିତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକା ଡ଼ ପ୍ରତିଭା ରାୟ,କେନିଆର ସାଂସଦ ଡ଼ ସ୍ୱରୂପ ରଞ୍ଜନ ମିଶ୍ର,ଫାଉଣ୍ଡେସନର ଅଧ୍ୟକ୍ଷ ସଂଜୀବ ଚନ୍ଦ୍ର ହୋତା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସନ୍ଧ୍ୟାର
ଉଦଘାଟନ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details