ଓଡିଶା

odisha

By

Published : Sep 7, 2019, 4:33 AM IST

ETV Bharat / city

ଛାତ୍ରୀଙ୍କୁ ଦୁର୍ବ୍ୟବହାର ମାମଲା; ମୁହଁ ଖୋଲିଲେ ଶାଶ୍ବତ

ଶେଷରେ ମୁହଁ ଖୋଲିଲେ ଶାଶ୍ବତ ଯୋଶୀ । ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସତ୍ୟର ଜିତ୍ ହେବ ବୋଲି କହିଛନ୍ତି ସେ ।

ମୁହଁ ଖୋଲିଲେ ଶାଶ୍ବତ

ଭୁବନେଶ୍ବର: ଶେଷରେ ମୁହଁ ଖୋଲିଲେ ଓଡିଶୀ ନୃତ୍ୟୁଗୁରୁ ଶାଶ୍ବତ ଯୋଶୀ । ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସତ୍ୟର ଜିତ୍ ହେବ ବୋଲି କହିଛନ୍ତି ସେ । ସେପଟେ ଶାଶ୍ବତଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ସ୍ତ୍ରୀ ଏବଂ ଶିଷ୍ୟା।

ମୁହଁ ଖୋଲିଲେ ଶାଶ୍ବତ

ଗୋଟିଏ ପଟେ ଗତକାଲି(ଗୁରୁବାର) ଆକାଂକ୍ଷା ସୋସିଆଲ ମିଡିଆରେ ଶାଶ୍ବତଙ୍କ ବିରୋଧରେ ର୍ଦୁବ୍ୟବହାର କରିଥିବା ଲେଖି ପୋଷ୍ଟ କରୁଥିବା ବେଳେ ଆଜି(ଶୁକ୍ରବାର) ଶାଶ୍ବତଙ୍କ ଅନ୍ୟ ଜଣେ ଛାତ୍ରୀ ସାଗରିକା ମହାନ୍ତି ଶାସ୍ବତଙ୍କ ସପକ୍ଷରେ ମନ୍ତବ୍ୟ ଦେଇ ଫେସବୁକରେ ପୋଷ୍ଟ କରିଛନ୍ତି । ଏହାସହ ଶାଶ୍ବତ ମଧ୍ୟ ସୋସିଆଲ ମିଡିଆରେ ଏକ ଏକ ଭିଡିଓ ମାଧ୍ୟମରେ ନିଜର ପକ୍ଷ ରଖିଛନ୍ତି । ଭିଡିଓ ମାଧ୍ୟମରେ ସେ ବାରମ୍ବାର ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଶିଷ୍ୟା । ଅଭିଯୋଗ ଆସିବା ପରେ ନୃତ୍ୟ ଜଗତରେ ଆଲୋଡନ ଦେଖାଦେଇଛି । ଜଣେ ପ୍ରତିଷ୍ଠିତ ନୃତ୍ୟଗୁରୁଙ୍କ ନାଁରେ ଅଭିଯୋଗ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗିରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟଙ୍କ ସହ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details