ଭୁବନେଶ୍ବର: ଓଡିଶାରେ କୋରୋନା ପଜେଟିଭ । ଭୁବନେଶ୍ବରରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବରରେ କୋରୋନା ପଜେଟିଭ
07:13 March 16
ଭୁବନେଶ୍ବରରେ କୋରୋନା ପଜେଟିଭ
ଜଣେ ଓଡିଆ ଯୁବକ ଇଟାଲୀରେ ରହୁଥିଲେ । ସେ ଦୁଇ ଦିନ ତଳେ ଭୁବନେଶ୍ବର ଫେରିଥିଲେ । ତାଙ୍କଠାରେ କୋରୋନାର ଲକ୍ଷଣ ଦେଖାଯିବା ଫଳରେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରକ୍ତନମୂନା ପରୀକ୍ଷା ପରେ ତାଙ୍କର କୋରୋନା(Covid-19)ପଜିଟିଭ ବାହାରିଥିବା ଜଣାପଡିଛି । ଯୁବକ ଜଣକ ଦିଲ୍ଲୀରୁ ଟ୍ରେନ ଯୋଗେ ଭୁବନେଶ୍ବର ଆସିଥିବା ସୂଚନା ମିଳିଛି ।
ତେବେ ଯୁବକ ଜଣଙ୍କ 33 ବର୍ଷୀୟ ହୋଇଥିବାବେଳେ ସେ ଇଟାଲୀରେ ଗବେଶଣା କରୁଥିଲେ । 9 ଦିନ ତଳେ ଇଟାଲୀରୁ ଫେରିଥିଲେ । ଦିଲ୍ଲୀରେ କ୍ବାରେଣ୍ଟିନ୍ରେ କିଛିଦିନ ରହିବା ପରେ 12 ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଥିଲେ । ଭୁବନେଶ୍ବର ଫେରି ସେ ଜଣେ ଘରୋଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । କିଛି ଦିନ ଔଷଧ ଖାଇବା ସତ୍ତ୍ବେ ନକମିବାରୁ ସେ ବାଧ୍ୟ ହୋଇ କ୍ୟାପିଟାଲ ହସ୍ପିଟାଲର ବର୍ହିବିଭାଗରେ ଦେଖାଇଥିଲେ । ପରେ ତାଙ୍କୁ ଅବଜରବେସନରେ ରଖାଯାଇଥିଲା ।
ଭୁବନେଶ୍ବରରୁ ବିକାଶ ଦାସ ଓ ଜ୍ଞାନଦର୍ଶୀ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ