ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ କୋଭିଡ ଟୀକାକରଣର ଆଜି ପଞ୍ଚମ ଦିନ । ୫ ଦିନରେ ଆଜି ସର୍ବାଧିକ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ରହିଛି। ଆଜି 436ଟି ସେସନରେ 37 ହଜାର 076 ଟୀକା କରଣ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 68 ହଜାର 743 ଜଣଙ୍କୁ ଟୀକାକରଣ କରାଯାଇଛି । ଗତକାଲି(ବୁଧବାର) ରାଜ୍ୟରେ 93 ଟି ସେସନରେ 7946 ଜଣଙ୍କୁ ଟୀକାକରଣ କରାଯାଇଛି ଯାହା 89 ପ୍ରତିଶତ ।
‘ଭୁବନେଶ୍ବରରେ 17ଟି ସେସନରେ 1674 ଜଣଙ୍କୁ ଟୀକାକରଣ ହୋଇଛି । ଯାହା 108 ପ୍ରତିଶତ । ଭୁବନେଶ୍ବରରେ ସର୍ବମୋଟ 5849 ଜଣଙ୍କୁ ଟୀକାକରଣ କରାଯାଇଛି । ଗତକାଲି କେଉଁଠି ବି ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନାହିଁ । ଯେଉଁଭଳି ଲୋକ ମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି ଲାଗୁଛି ଆମର ଲକ୍ଷ ଶତ ପ୍ରତିଶତ ପୂରଣ ହେବ । ଆସନ୍ତା ସପ୍ତାହରେ କୋଭାକ୍ସିନ ର ଅଧିକ ଡୋଜ ପହଁଚିବ’ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।