ଓଡିଶା

odisha

ETV Bharat / city

ନଭେମ୍ବର 2ରୁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା - ଲଘୁଚାପ ସୃଷ୍ଟି

ଶନିବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ନଭେମ୍ବର ୨ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ନଭେମ୍ବର 2ରୁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା
ନଭେମ୍ବର 2ରୁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

By

Published : Oct 31, 2020, 6:34 PM IST

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର, ମିଆଁମାର ଉପକୂଳରେ ଏକ ଘୁର୍ଣ୍ଣିବଲୟ ସୃଷ୍ଟି ହୋଇଛି । ଶନିବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ନଭେମ୍ବର ୨ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ନଭେମ୍ବର 2ରୁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ରବିବାର ପାଗ ଶୁଖିଲା ରହିବ। ସୋମବାର ଠାରୁ ଉପକୂଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଭୁବନେଶ୍ବର ଓ କଟକରେ ଆକାଶ ମେଘାଛନ୍ନ ରହିବାର ମଧ୍ୟ ଆଶଙ୍କା ଅଛି ।

ନଭେମ୍ବର 2ରୁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଗତ ୨୪ ଘଣ୍ଟା ଭିତରେ ତାଳଚେରରେ ସର୍ବାଧିକ ୩୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

ନଭେମ୍ବର 2ରୁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ସେହିପରି କୋରାପୁଟରେ ୧୪ ଡିଗ୍ରୀ ସେଲସିୟସ, ଅନୁଗୁଳରେ ୧୫ ଡିଗ୍ରୀ ସେଲସିୟସ, ଭୁବନେଶ୍ବରରେରେ ୨୦.୧ଡିଗ୍ରୀ ସେଲସିୟସ ଓ କଟକରେ ୨୧.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details