ଓଡିଶା

odisha

ETV Bharat / city

ଆଗାମୀ କିଛି ଘଣ୍ଟା ପାଇଁ କୁହୁଡି ମୟ ଓଡିଶା - ଓଡିଶା ପାଣିପାଗ ଅପଡେଟ

ଆସନ୍ତା ୨୪ ଘଣ୍ଟା ପାଗ ଶୁଖିଲା ରହିବ। କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୋନପୁର, ରାୟଗଡା, ଝାରସୁଗୁଡା,ଅନୁଗୁଳ ଓ କଟକରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖା ଦେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ...

ଆଗାମି କିଛି ଘଣ୍ଟା ପାଇଁ କୁହୁଡି ମୟ ଓଡିଶା
ଆଗାମି କିଛି ଘଣ୍ଟା ପାଇଁ କୁହୁଡି ମୟ ଓଡିଶା

By

Published : Dec 9, 2020, 9:19 PM IST

ଭୁବନେଶ୍ବର: ଲାଗିରହିବ କୁହୁଡି । ଧୀରେ ଧୀରେ ରାତ୍ରି ତାପମାତ୍ରା ତଳକୁ ଖସୁଛି । ଆଗକୁ ପାରଦ ଅଧିକ ଖସିବ, ଫଳରେ ପ୍ରବଳ ଶୀତ ଅନୁଭୂତ ହେବ।

ଆଗାମି କିଛି ଘଣ୍ଟା ପାଇଁ କୁହୁଡି ମୟ ଓଡିଶା
ଆସନ୍ତା ୨୪ ଘଣ୍ଟା ପାଗ ଶୁଖିଲା ରହିବ। କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୋନପୁର, ରାୟଗଡା, ଝାରସୁଗୁଡା, ଅନୁଗୁଳ ଓ କଟକରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖା ଦେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୧୨ ରୁ ୧୪ ଏବଂ ଉପକୂଳରେ ତାପମାତ୍ରା ୧୬ ରୁ ୧୯ ଡିଗ୍ରୀ ରହିବ। ଭୁବନେଶ୍ୱରରେ ତାପମାତ୍ରା ୧୭ ଡିଗ୍ରୀ ଭିତରେ ରହିବ।
ଆଗାମି କିଛି ଘଣ୍ଟା ପାଇଁ କୁହୁଡି ମୟ ଓଡିଶା
ଗତ ୨୪ ଘଣ୍ଟା ଭିତରେ ଫୁଲବାଣୀରେ ସର୍ବନିମ୍ନ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ସେହିପରି ଦାରିଙ୍ଗିବାଡି ରେ ୧୧.୦,ଭବାନୀପାଟଣାରେ ୧୧.୫,ସୁନ୍ଦରଗଡ଼ରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details