ଓଡିଶା

odisha

ETV Bharat / city

ଓଡିଶା ଟୁରିଜିମ ଓ୍ଵେବସାଇଟ: ଗୋଟିଏ କ୍ଲିକରେ ଟିକିନିଖି ଜାଣନ୍ତୁ... - ଓ୍ଵେବସାଇଟ୍

ଡିଜିଟାଲ ଯୁଗରେ ସମଗ୍ର ଗ୍ଲୋବରେ ଓଡ଼ିଶାର ପର୍ଯ୍ୟଟନ କିଭଳି ପରିଚିତ ହୋଇପାରିବ ସେନେଇ ଏକ ନୂଆ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଓ୍ଵେବସାଇଟକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 27, 2019, 1:23 AM IST

ଭୁବନେଶ୍ବର: ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଡିଜିଟାଲ ଯୁଗରେ ସମଗ୍ର ଗ୍ଲୋବରେ ଓଡ଼ିଶାର ପର୍ଯ୍ୟଟନ କିଭଳି ପରିଚିତ ହୋଇପାରିବ ସେନେଇ ଏକ ନୂଆ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ସଚିବାଳୟରେ ଓଡିଶା ଟୁରିଜିମ ଓ୍ଵେବସାଇଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓ୍ଵେବସାଇଟ୍ odishatourism.gov.in ଉନ୍ମୋଚନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଓ୍ଵେବସାଇଟ୍ ଉନ୍ମୋଚନ ପରେ ଓଡିଶାର ପର୍ଯ୍ୟଟନକୁ ଏକ ନୂଆ ଦିଗ ଦେବ । ଏହାସହ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ପର୍ଯ୍ୟଟନ ଏକ ନୂଆ ପରିଚୟ ସୃଷ୍ଟି କରିବ । ମାତ୍ର ଗୋଟିଏ କ୍ଲିକ ମାଧ୍ୟମରେ ଜଣେ ପର୍ଯ୍ୟଟକ ଓଡ଼ିଶାର ଯେକୌଣସି ପର୍ଯ୍ୟଟନସ୍ଥଳୀ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ । ଏହାସହ ହୋଟେଲ ବୁକିଂ, ଯାତାୟତ ପାଇଁ ଗାଡି ମଧ୍ୟ ବୁକିଂ ସହ ପର୍ଯ୍ୟଟକ ରେଲିଭାଣ୍ଟ ଇନଫରମେସନ ନେଇ ପର୍ଯ୍ୟଟକଙ୍କୁ ଗାଇଡ୍ କରିପାରିବ ।

ଏହି ଓ୍ଵେବସାଇଟକୁ ତିଆରି କରିବା ପାଇଁ ବିଶ୍ଵର ଭିନ୍ନ ଭିନ୍ନ ଦେଶରେ ଥିବା ଟୁରିଜିମ ଓ୍ଵେବସାଇଟକୁ ନଜରରେ ରଖି ତିଆରି କରାଯାଇଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।ଏହା ଓଡିଶା ଟୁରିଜିମ ପାଇଁ ବେଶ ଲୋକପ୍ରିୟ କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details