ଓଡିଶା

odisha

ETV Bharat / city

ଓଡିଆ ଭାଷାର ବିକାଶ ପାଇଁ ପ୍ରତିଷ୍ଠା ହେବ ଶାସ୍ତ୍ରୀୟ ଓଡିଆ ସଂସ୍ଥାନ

ଓଡ଼ିଆ ଭାଷାର ବିକାଶ ପାଇଁ ସେଣ୍ଟର ଅଫ ଏକ୍ସିଲେନ୍ସ ବା ଉତ୍କୃଷ୍ଠତା କେନ୍ଦ୍ରମାନ ପ୍ରତିଷ୍ଠା ନେଇ ଘୋଷଣା କରାଯାଇଛି । ଏହା ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିସରରେ ବର୍ତ୍ତମାନ ପାଇଁ କାର୍ଯ୍ୟ କରିବ। ଯାହାକି କେନ୍ଦ୍ର ଶାସ୍ତ୍ରୀୟ ଓଡିଆ ସଂସ୍ଥାନ (ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ କ୍ଲାସିକାଲ ଓଡ଼ିଆ) ଭାବେ କାର୍ଯ୍ୟକାରୀ ହେବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

By

Published : Mar 11, 2019, 11:43 PM IST

ଭୁବନେଶ୍ୱର: 2014 ମସିହା ମାର୍ଚ୍ଚ 11ତାରିଖରେ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିଲା । ସେହି ଐତିହାସିକ ଦିନକୁ ମନେପକାଇବା ସହିତ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଲକ୍ଷ୍ୟରେ ଓଡିଶା ସରକାରଙ୍କ ପକ୍ଷରୁ "ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ" ପାଳନ କରାଯାଉଛି। ଓଡ଼ିଆ ଭାଷାର ସୁରକ୍ଷା ତଥା ସର୍ବତ୍ର ଏହାର ବ୍ୟବହାର ନେଇ ଘୋଷଣା କରିଥିଲେ ସରକାର । ଇତିମଧ୍ୟରେ 5ବର୍ଷ ବିତି ଯାଇଥିଲେ ସୁଦ୍ଧା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଛାଡି ଓଡିଶା ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟମାନଙ୍କରେ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଫାଇଲ କାର୍ଯ୍ୟ ହୋଇନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ଓଡ଼ିଆ ଭାଷା ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତିର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏକଥା ପ୍ରକାଶ କରିଛନ୍ତି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବିଗତ ଦୁଇରୁ ଅଢେଇ ବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନାକୁ ସରଳ ଭାବରେ ସରକାରୀ ଫାଇଲରେ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଶାସନିକ ହେଣ୍ଡବୁକ୍‌ ପ୍ରକାଶ କରାଯାଇଛି । କେବଳ ସଂସ୍କୃତି ବିଭାଗରେ ଏହା 80 ପ୍ରତିଶତ କାର୍ଯ୍ୟକାରୀ ହେଉଥିବାବେଳେ ଅନ୍ୟ ବିଭାଗ ଗୁଡିକରେ ଏହାର ବ୍ୟବହାର ଖୁବ କମ ରହିଥିବା କହିଛନ୍ତି ସଂସ୍କୃତି ସଚିବ ।

ଓଡ଼ିଆ ଭାଷାର ବିକାଶ ପାଇଁ ସେଣ୍ଟର ଅଫ ଏକ୍ସିଲେନ୍ସ ବା ଉତ୍କୃଷ୍ଠତା କେନ୍ଦ୍ରମାନ ପ୍ରତିଷ୍ଠା ନେଇ ଘୋଷଣା କରାଯାଇଛି । ଏହା ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିସରରେ ବର୍ତ୍ତମାନ ପାଇଁ କାର୍ଯ୍ୟ କରିବ। ଯାହାକି କେନ୍ଦ୍ର ଶାସ୍ତ୍ରୀୟ ଓଡିଆ ସଂସ୍ଥାନ (ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ କ୍ଲାସିକାଲ ଓଡ଼ିଆ) ଭାବେ କାର୍ଯ୍ୟକାରୀ ହେବ । ତେବେ ସରକାର ଏଥିପାଇଁ ଜମି ଯୋଗାଇ ଦେଲେ ଏହା ସ୍ୱତନ୍ତ୍ର ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବ। ଯେଉଁଠାରେ ଓଡ଼ିଆ ଭାଷା କ୍ଷେତ୍ରରେ ଗବେଷଣା ସହିତ ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରାଯିବ ।

ସୋମବାର ଏହି ଉତ୍ସବରେ "ଓଡ଼ିଆ ଭାଷା ସାହିତ୍ୟର ଶାସ୍ତ୍ରୀୟ କାଳ ନିର୍ଣ୍ଣୟ" ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହା ସହିତ 'ଓଡ଼ିଆ ଭାଷା ଦୀପିକା' ପୁସ୍ତକକୁ ଉନ୍ମୋଚନ କରାଯାଇଛି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ବିଭୁଦେନ୍ଦ୍ର ନାରାୟଣ ପଟ୍ଟନାୟକ, ଡ଼ଃ ନୀଳାଦ୍ରି ଭୂଷଣ ହରିଚନ୍ଦନ, ଡ଼ଃ ବସନ୍ତ କୁମାର ପଣ୍ଡା, ଡ଼ଃ କୀର୍ତ୍ତନ ନାରାୟଣ ପାଢ଼ୀ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ଼ଃ ତମସା ରାଣୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ଉପରେ ଆଲୋକପାତ କରିଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details