ଭୁବନେଶ୍ବର: ରାଜ୍ୟ ହେବ ECMO ହବ । ଅଗଷ୍ଟ ସୁଦ୍ଧା SCBରେ କାର୍ଯ୍ୟକ୍ଷମ ହେବ ECMO ମେସିନ । ଦୁଇ ସପ୍ତାହ ମଧ୍ୟରେ SCBରେ ଏହି ମେସିନ କର୍ଯ୍ୟକ୍ଷମ କରିବା ପାଇଁ ଅଭିଜ୍ଞତା ଥିବା କର୍ମଚାରୀଙ୍କୁ ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।
ଡିଏମଇଟି କହିଛନ୍ତି, ରାଜ୍ୟରେ ଇକମୋ ମେସିନ କିଛି ଆସି ପହଞ୍ଚି ସାରିଲାଣି । ଏନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏକ ସପ୍ତାହରୁ 2 ସପ୍ତାହ ଏଥିପାଇଁ ସମୟ ଲାଗିପାରେ । ଯେଉଁମାନଙ୍କୁ ନିଯୁକ୍ତି କରାଯାଇଛି ସେମାନଙ୍କର 3 ବର୍ଷର ଅଭିଜ୍ଞତା ରହିଛି । ସମସ୍ତଙ୍କୁ କଲିକତା ଇକମୋ ପ୍ରଶିକ୍ଷଣ ପାଇଁ ପଠାଯିବା ସହ ଯୁଦ୍ଧକଳୀନ ଭିତ୍ତିରେ ଏହାକୁ କାର୍ଯ୍ୟକ୍ଷମ କରାଯିବା ନେଇ ମଧ୍ୟ ଡିଏମଇଟି ସୂଚନା ଦେଇଛନ୍ତି ।