ଓଡିଶା

odisha

ETV Bharat / city

ରାଜ୍ୟ ଟେଲି ପୁରସ୍କାର: 'ନୂଆବୋହୁ' ଶ୍ରେଷ୍ଠ ଧାରାବାହିକ, ନୃତ୍ୟ ମାଧ୍ୟମରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି - mitali sargharia

ଚଳିତ ବର୍ଷ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ପାଇଁ କେତେକ ଟିଭି କଳାକାରଙ୍କୁ ମନୋନିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଗଜିତ ପାଲ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ଓ ମିତାଲି ସରଘରିଆ ଏବଂ ଏଲି ପାଢୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ସମ୍ମାନ ଦିଆଯାଇଛି । 'ନୂଆବୋହୁ' ଶ୍ରେଷ୍ଠ ଧାରାବାହିକ ଭାବେ ପୁରସ୍କୃତ ହୋଇଛି

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Mar 3, 2019, 9:58 AM IST

ଭୁବନେଶ୍ୱର: ଛୋଟ ପରଦାରେ ନିଜର ଅଭିନୟର ଚାତୁରୀରେ ଘରେଘରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଛନ୍ତି ଓଡ଼ିଆ ଧାରାବାହିକର ଅନେକ କଳାକାର । ଚଳିତ ବର୍ଷ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ପାଇଁ କେତେକ ଟିଭି କଳାକାରଙ୍କୁ ମନୋନିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଗଜିତ ପାଲ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ଓ ମିତାଲି ସରଘରିଆ ଏବଂ ଏଲି ପାଢୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ସମ୍ମାନ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍କଳ ମଣ୍ଡପରେ ଷଷ୍ଠ ବର୍ଷ ପାଇଁ ଦିଆଯାଉଥିବା ଏହି ସମ୍ମାନରେ ଉଭୟଙ୍କୁ ମାନପତ୍ର ଟ୍ରଫି ସହିତ ପୁରସ୍କାର ରାଶି ଦେଇ ସମ୍ମାନିତ କରାଯାଇଛି । ଘନଶ୍ୟାମ ପଣ୍ଡାଙ୍କ ଅଧକ୍ଷତାରେ ଗଠିତ 5ଜଣିଆ ଜୁରୀ କମିଟିର ସୁପାରିଶ ଅନୁସାରେ 20ଟି ବିଭାଗ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟ ଜଗଜିତ ଓ ମିତାଲି 'ନୂଆବୋହୁ' ଧାରାବାହିକରେ ଅଭିନୟ ପାଇଁ ପୁରସ୍କୃତ ହୋଇଛନ୍ତି ।

'ରାଜକନ୍ୟା' ଧାରାବାହିକ ପାଇଁ ଶ୍ରେଷ୍ଠ ନିର୍ଦେଶକ ଭାବେ ଆଶିଷ ବେହେରା ପୁରସ୍କୃତ କରାଯାଇଛି । 'କିଏ' ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ଋଷି ପଟ୍ଟନାୟକ, ଶ୍ରେଷ୍ଠ ଶିଶୁ କଳାକାର ମୟଙ୍କ ସିଂଙ୍କୁ 'ସମ୍ପର୍କ ହୃଦୟର' ପାଇଁ, ଶ୍ରେଷ୍ଠ ପ୍ରଯୋଜକ ଅଶୋକ କୁମାର ମିଶ୍ରଙ୍କୁ 'ରଗଡ଼' ପାଇଁ ଏବଂ ଶ୍ରେଷ୍ଠ କାହାଣୀ 'ନୂଆ ବୋହୁ' ପାଇଁ ସୋନାଲି ଶ୍ରୀବାସ୍ତବଙ୍କୁ ପୁରସ୍କୃତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସେହିପରି ଭାବେ ଶ୍ରେଷ୍ଠ ଖଳନାୟକ ଭାବେ ମୃତ୍ୟଞ୍ଜୟ କର ଓ ବରଦା ପ୍ରସନ୍ନ ପାତ୍ର, ଖଳନାୟିକା ଭାବେ ସୁଭଦ୍ରା ମହାନ୍ତି, ଶ୍ରେଷ୍ଠ ଧାରାବାହିକ ଭାବେ ଅକ୍ଷୟ ପରିଜାଙ୍କ 'ନୂଆବୋହୁ' ପୁରସ୍କାର ହାସଲ କରିଛି । ଏହି ଅବସରରେ ପୁରସ୍କୃତ କଳାକାରମାନେ ନିଜର ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଦର୍ଶକଙ୍କୁ ଆହୁରି ନୂଆ କିଛି ମନୋରଞ୍ଜନ ଭେଟି ଦେବେ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଶେଷରେ କାଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼ଃ ମୃତ୍ୟଞ୍ଜୟ ରଥ । ତେବେ ଏହି ଅବସରରେ କଳାକାରମାନେ ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଭୁଲି ନଥିଲେ । ଯାହାକୁ ନିଜର ନୃତ୍ୟ ମାଧ୍ୟମରେ ଖୁବ ନିଖୁଣ ଭାବରେ ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଯାହାକି ଉପସ୍ଥିତ ଦର୍ଶକଙ୍କ ମନରେ ଦେଶପ୍ରେମର ଭାବ ଜାଗ୍ରତ କରିବା ସହିତ ଆଖିରେ ଲୁହ ଆଣିଦେଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details