ଭୁବନେଶ୍ବର: ୨ ଦଫା ଦାବି ନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସାମ୍ବାଦିକ ସମିଳନୀ । ବେସରକାରୀ ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ସଂଘ । କାରଣ ୨୦୦୮ ଜୁନ ୧ ତାରିଖରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ଯାଏ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାର ଏ ପର୍ଯ୍ୟନ୍ତ ଅନୁଦାନ ପରିସର ଭୁକ୍ତ କରିନାହାନ୍ତି ।
ଖାଲି ସେତିକି ନୁହେଁ, କୋରୋନା ମହାମାରୀ ଯୋଗୁଁ ବହୁ ପ୍ରାଇଭେଟ ଅଧ୍ୟାପକ ଜୀବିକା ହରାଉଛନ୍ତି ଏବଂ କିଛି ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଏହାକୁ ନେଇ ପ୍ରାଇଭେଟ କଲେଜର ଅଧ୍ୟାପକ ଦୁର୍ଦିନରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କ ଜୀବନ ଓ ଜୀବିକା ସୁରକ୍ଷାକୁ ନେଇ ସରକାର ସେମାନଙ୍କ ଦାବି ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ଅନୁରୋଧ କରିଛି ।