ଭୁବନେଶ୍ବର: ଆଜି (ଗୁରୁବାର) ଅପରାହ୍ଣ 5ଟାରେ ରାଜ୍ୟର କ୍ୟାବିନେଟ ବୈଠକ ବସିଥିଲା । କ୍ୟାବିନେଟ ବୈଠକରେ ମୋଟ 18 ପ୍ରସ୍ତାବ ଉପରେ ମହୋର ଲାଗିଥିବା ନେଇ ସୂଚନା ମିଳିଛି । ଏହି ବୈଠକରେ ଗ୍ରୀଡକୋକୁ 2600 କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ମିଳିଛି । ସେହିଭଳି 2020-21 ବର୍ଷରେ 48 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ।
ଏହାସହ ମହାମାରୀ କୃଷକଙ୍କୁ ସୁବିଧା ଦେବାକୁ ଅଧିନିୟମକୁ ମଧ୍ୟ ଅନୁମୋଦନ କରାଯାଇଛି । କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମକୁ ମଞ୍ଜୁରୀ ମିଳିଛି । ଏହସହ କୋଭିଡ ମହାମାରୀ ଯୋଗୁଁ କୃଷକଙ୍କୁ ତୁରନ୍ତ ଲାଭ ଦେବା ପାଇଁ ଅଧିନିୟମ ପାରିତ ହୋଇଛି । ବଜାର କମିଟିର ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନକୁ ମଞ୍ଜୁରି ଦିଆଯାଇଛି । ଏଥିସହ ନର୍ସିଂ କ୍ୟାଡର ରୁଲ ସଂଶୋଧନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଷ୍ଟାଫ ନର୍ସ ଏଣିକି ନର୍ସିଂ ଅଫିସର ଭାବେ ପରିଗଣିତ ହେବେ। ଏହାସହ 6 ବର୍ଷ ପରେ ଷ୍ଟାଫ ନର୍ସଙ୍କ ଚାକିରି ନିୟମିତ କରାଯିବ।