ଓଡିଶା

odisha

By

Published : Apr 28, 2022, 5:42 PM IST

ETV Bharat / city

Odisha Startup iServeU Success: 100 କୋଟିର ପୁଞ୍ଜି ପାଇଲେ, 3ବର୍ଷରେ ମିଳିବ 1500 ନିଯୁକ୍ତି ସୁଯୋଗ

ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ଏକ ବଡ଼ ଖବର । ରାଜ୍ୟର ଅଗ୍ରଣୀ Fintech Startup 'iServeU'ରେ 100 କୋଟି ଟଙ୍କାର ପୁଞ୍ଜି ଲଗାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁମ୍ବାଇ ସ୍ଥିତ Niyogin Fintech Ltd ଶହେ କୋଟି ଟଙ୍କାର ପୁଞ୍ଚି ପର୍ଯ୍ୟାୟ କ୍ରମେ iServeUରେ ନିବେଶ କରିବ । ଅଧିକ ପଢନ୍ତୁ

Odisha Startup iServeU Success: 100 କୋଟିର ପୁଞ୍ଜି ପାଇଲେ, 3 ବର୍ଷରେ ଆଣିବେ 1500 ନିଯୁକ୍ତି ସୁଯୋଗ
Odisha Startup iServeU Success: 100 କୋଟିର ପୁଞ୍ଜି ପାଇଲେ, 3 ବର୍ଷରେ ଆଣିବେ 1500 ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ଏକ ବଡ଼ ଖବର । ରାଜ୍ୟର ଅଗ୍ରଣୀ Fintech Startup 'iServeU'ରେ 100 କୋଟି ଟଙ୍କାର ପୁଞ୍ଜି ଲଗାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁମ୍ବାଇ ସ୍ଥିତ Niyogin Fintech Ltd ଶହେ କୋଟି ଟଙ୍କାର ପୁଞ୍ଚି ପର୍ଯ୍ୟାୟ କ୍ରମେ iServeUରେ ନିବେଶ କରିବ । ଏହି ପୁଞ୍ଜି iServeUରେ ନୂଆ ଟେକ୍ନୋଲୋଜି ବିକାଶ ଓ ଗୁଣାତ୍ମକ ନିଯୁକ୍ତି ସୁଯୋଗ ତିଆରି କରିବାରେ ବିଶେଷ ସହାୟ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାସହ ଆଗମୀ 3 ବର୍ଷରେ iServeU ଭୁବନେଶ୍ବରରେ ଇଞ୍ଜିନିୟରିଂ ଓ ସଫ୍ଟୱେର କ୍ଷେତ୍ରରେ ପ୍ରାୟ 1500 ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

2016ରେ ପ୍ରତିଷ୍ଠିତ iServeU Financial Inclusionର ଗୋଟିଏ ସଫଳ ମଡେଲ ଭାବେ ରାଜ୍ୟରେ କାମ କରିଆସୁଥିଲା । ଯାହାର ଉଦ୍ଦେଶ୍ୟ ଥିଲା ବ୍ୟାଙ୍କ ବାହାରେ ବ୍ୟାଙ୍କର ଏକ ଇକୋସିଷ୍ଟମ ତିଆରି କରିବା ଓ ସାଧାରଣ ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ ସର୍ଭିସ ପହଞ୍ଚାଇବା । କମ୍ପାନୀର ପ୍ରଥମ ମଡେଲର ସଫଳତା ପରେ iServeU ଗ୍ରାହକଙ୍କ ପାଇଁ ଆଣିଛି premier API infrastructure platform । ଫାଇନାନସିଆଲ ସର୍ଭିସେସ ପ୍ରଦାନ କରୁଥିବା କମ୍ପାନୀ, ମାଇକ୍ରୋଫାଇନ୍ସ ସେବା ଯୋଗାଇ ଦେଉଥିବା କମ୍ପାନୀ ମାନେ ଏବେ iServeU ସହ ସହଭାଗିତା କରି ଅତି ସହଜରେ ବ୍ୟାଙ୍କିଙ୍ଗ ସର୍ଭିସେସ ନିଜ ଗ୍ରାହକ ମାନଙ୍କୁ ଯୋଗାଇ ଦେଇପାରିବେ । ବ୍ୟାଙ୍କିଙ୍ଗ ସର୍ଭସେସ ଯୋଗାଇ ଦେବା ପାଇଁ ସମସ୍ତ ବୈଷୟିକ ସହାୟତା, ଆପ୍ଲିକେସନ iServeU ବିକଶିତ କରିଛି ।

ଆରବିଆଇ ଗାଇଡ ଲାଇନ ଅନୁଯାୟୀ, ବିଭିନ୍ନ କମର୍ସିଆଲ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଥିବାରୁ iServeU ପ୍ଲାଟଫର୍ମ ମାଇକ୍ରୋଫାଇନ୍ସ କମ୍ପାନୀ ଓ ବ୍ୟାଙ୍କିଙ୍ଗ ସେବା ଯୋଗାଇବାକୁ ଆଗ୍ରହୀ ଥିବା କମ୍ପାନୀ ମାନଙ୍କୁ ଅତି ସହଜ ଉପାୟରେ ଓ ଅତି କମ୍ ସମୟରେ ସେମାନଙ୍କୁ ଗ୍ରାହକ ସେବା ପ୍ଲାଟଫର୍ମ ତିଆରି କରିବାରେ ସହାୟତା ଦେଇପାରୁଛି । ଯାହା ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଋଣ ଦେବା, ଅର୍ଥ ଜମା କରିବା, ଟଙ୍କା ଉଠାଇବା, ରେମିଟାନ୍ସ ଓ ବିମା ଆଦି ସେବା ସହଜରେ ଗ୍ରାହକ ମାନଙ୍କୁ ମିଳିପାରିବ ।

iServeUର ଗୋଟିଏ ପ୍ଲାଟଫର୍ମରେ ବ୍ୟାଙ୍କ, ବିଭିନ୍ନ ଆର୍ଥିକ ସହୟତା ଦେଉଥିବା କମ୍ପାନୀ, ଏଜେଣ୍ଟ ଓ ଗ୍ରାହକ ମାନଙ୍କୁ ଯୋଡ଼ିବାର ଅତି ସରଳ, ସହଜ ଓ ସମୟ ଉପୋଯୋଗୀ ବ୍ୟବସ୍ଥା ରହିଛି, ଯାହା ବିଷୟରେ ସବିଶେଷ ବିବରଣୀ କମ୍ପାନୀର ୱେବସାଇଟ୍ www.iserveu.io ଦିଆଯାଇଛି । iServeUର ବର୍ତ୍ତମାନର ପ୍ୟାରେଣ୍ଟ କମ୍ପାନୀ Niyogin Fintech Ltd 2020ରେ iServeUର ଗ୍ରୋଥକୁ ଦେଖି କମ୍ପାନୀର 51 ପ୍ରତିଶତ ଅଂଶଧନ 59 କୋଟି ଟଙ୍କାରେ ଅଧିଗ୍ରହଣ କରିଥିଲା । ଏବେ Niyogin କମ୍ପାନୀ iServeUର ହାଇପର ଗ୍ରୋଥ ଷ୍ଟ୍ରାଟେଜିକୁ ଦେଖି 100 କୋଟି ଟଙ୍କା ପୁଞ୍ଜି ବିନିଯୋଗ କରୁଛି । ପୁଞ୍ଜି ବିନିଯୋଗର ପ୍ରଥମ ପର୍ଯ୍ୟାୟରେ Niyogin 50 କୋଟି ଟଙ୍କା ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ 50 କୋଟି ଟଙ୍କା ବିନିଯୋଗ କରିବ । ଫାଇନାନ୍ସିଆଲ ସର୍ଭିସେସ କ୍ଷେତ୍ରରେ iServeUର ବିଭିନ୍ନ ପ୍ରଡକ୍ଟ ବେଶ୍ ଆଦୃତ ହୋଇଛି ।

ବର୍ତ୍ତମାନର ପୁଞ୍ଜି ବିନିଯୋଗ ନୂଆ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଫାଇନାନ୍ସିଆଲ ପ୍ରଡକ୍ଟ ଓ ଗୁଣାତ୍ମକ ମାନବ ସମ୍ବଳ ତିଆରି ପାଇଁ କମ୍ପାନୀକୁ ବିଶେଷ ଭାବରେ ସହାୟ ହେବ। ଆଗାମୀ ଦିନରେ ଫିନାନ୍ସିଆଲ ସର୍ବିଭିସେସ କ୍ଷେତ୍ରରେ ଅଧିକ premier API infrastructure platform ତିଆରି କରିବାକୁ iServeU ଲକ୍ଷ୍ୟ ରଖିଛି । ବର୍ତ୍ତମାନ iServeUର ବାଙ୍ଗାଲୋର ଓ ଭୁବନେଶ୍ବର ଅଫିସରେ 300 କର୍ମଚାରୀ କାମ କରୁଛନ୍ତି ଆଗାମୀ 3 ମାସରେ ଏହାର ଭୁବନେଶ୍ବର କାର୍ଯ୍ୟାଳୟରେ ଆଉ 300 ଶହ ନୂଆ ନିଯୁକ୍ତି ସୃଷ୍ଟି କରିବ । ବିଗତି କିଛି ଦିନରେ ଭୁବନେଶ୍ବର ଦେଶର ନୂଆ ଷ୍ଟାର୍ଟହବ୍ ଭାବେ ନିଜକୁ ପ୍ରସ୍ତୁତ କରିଛି । ଏଥିରେ iServeUର ଯୋଗ ଦାନ ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ। iServeUର ପ୍ୟାରେଣ୍ଟ କମ୍ପାନୀ Niyogin Fintech Limitedର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ତସବିନ୍ଦର ସିଂହଙ୍କ ଅନୁଯାୟୀ, ଫାଇନାନ୍ସିଆଲ ସର୍ଭିସେସ କ୍ଷେତ୍ରରେ ବିଶେଷକରି API infrastructure platform ଡେଭେଲପ୍ କରିବା କ୍ଷେତ୍ରରେ iServeU ନିର୍ଣ୍ଣାୟକ ଭୂମିକାରେ ରହିଛି । ନିୟୋଜିନର ପୁଞ୍ଜି ବିନିଯୋଗ ଆଗାମୀ ଦିନରେ iServeU ଗ୍ରାହକଙ୍କୁ ଅଧିକ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାରେ ଅଧିକ ସହାୟ ହେବ ବୋଲି ସିଇଓ ତସବିନ୍ଦର କହିଛନ୍ତି ।

iServeUରେ ନୂଆ ପୁଞ୍ଜିବିନଯୋଗକୁ ନେଇ ବିଶେଷ ଉତ୍ସାହିତ ଅଛନ୍ତି କମ୍ପାନୀର ସିଇଓ ଦେବୀପ୍ରାସଦ ଷଢ଼ଙ୍ଗୀ । ଦେବୀ ପ୍ରସାଦ କହିଛନ୍ତି, ପୁଞ୍ଜି ବିନିଯୋଗ ଆମକୁ ବ୍ୟାଙ୍କିଙ୍କ ସେବା କ୍ଷେତ୍ରରେ ନୂଆ ସେବା ଯୋଗାଇ ଦେବାରେ ବିଶେଷ ସହାୟ ଦେବ । ଏହାସହ ଏହା ଓଡ଼ିଶାରେ ଥିବା ନୂଆ ଇଂଜିନିୟରିଂ ଟାଲେଣ୍ଟଙ୍କ ପାଇଁ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । 2016ରୁ iServeUର Financial Inclusion Model ବେଶ ଲୋକପ୍ରିୟ ରହିଛି । ବ୍ୟାଙ୍କ ବାହାରେ ବ୍ୟାଙ୍କିଙ୍ଗ ସେବା ଦେବା କ୍ଷେତ୍ରରେ iServeU ପାରଦର୍ଶିତା ଲାଭ କରିଛି । ଛୋଟ କିରାନା ଓ ଡିପାର୍ଟମେଣ୍ଟାଲ ଷ୍ଟୋରକୁ ନିଜ ଏଜେଣ୍ଟ ନେଟୱର୍କରେ ଯୋଡ଼ି 20ଟି ରାଜ୍ୟରେ ପ୍ରାୟ 3 ଲକ୍ଷ ଏଜେଣ୍ଟ ନେଟୱର୍କ ତିଆରି କରିପାରିଛି iServeU । ଏଜେଣ୍ଟଙ୍କ ଷ୍ଟୋରକୁ ଯାଇ ଡେବିଟ କାର୍ଡ ସ୍ବାପ କରି ଟଙ୍କା ଉଠାଣ କରିହେବ । ଆଧାର ନମ୍ବର ସହ ଥମ୍ବ ଇମ୍ପ୍ରେସନ ଦେଇ ବାଲାନ୍ସ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିହେବ ।

ଏହାସହ ଏଠାରେ ଟେଲିଫୋନ, ବିଜୁଳି ଓ ପାଣି ବିଲ୍ ଆଦି ପଇଠ କରିହେବ । iServeUର ନେଟୱାର୍କରେ ଦେଶର 25 ହଜାର ଗାଁରେ ଯୋଡ଼ି ହୋଇଛି ଯେଉଁଠି ବ୍ୟାଙ୍କିଙ୍ଗ ସୁବିଧା ସହଜରେ ମିଳିପାରୁଛି ।

ଭୁବନେଶ୍ବରରୁ ରୁଦ୍ରନାରାୟଣ ଦାସ, ବ୍ୟୁରୋ ଚିଫ୍ , ଇଟିଭି ଭାରତ

ABOUT THE AUTHOR

...view details