ଓଡିଶା

odisha

ଏୟାର କାର୍ଗୋ କ୍ଷେତ୍ରରେ ଓଡ଼ିଆ ଯୁବଦ୍ୟୋଗୀଙ୍କ କମାଲ, ଡ୍ରୋନରେ ହେବ ଲଜିଷ୍ଟିକ ଡେଲିଭରି

By

Published : Jun 30, 2022, 3:32 PM IST

ମେକ୍ ଇନ୍ ଇଣ୍ଡିଆ ଇନିସିଏଟିଭକୁ ବଡ଼ ବୁଷ୍ଟ । ଏୟାର କାର୍ଗୋ କ୍ଷେତ୍ରରେ ନୂଆ ବିପ୍ଲବ ଆଣିଛନ୍ତି ଓଡ଼ିଆ ଯୁବଦ୍ୟୋଗୀ। ଓଡ଼ିଶା ବେସଡ ଷ୍ଟାର୍ଟଅପ୍ ବନ୍-ଭି ନିଜସ୍ବ ଓ ସ୍ବଦେଶୀ ଜ୍ଞାନ କୌଶଳରେ ବନାଇଛନ୍ତି ଏପରି ଏକ ଡ୍ରୋନ । ଅଧିକ ପଢନ୍ତୁ

ଡ୍ରୋନରେ ହେବ ଲଜିଷ୍ଟିକ ଡେଲିଭରି
ଡ୍ରୋନରେ ହେବ ଲଜିଷ୍ଟିକ ଡେଲିଭରି

ଭୁବନେଶ୍ବର:ମେକ୍ ଇନ୍ ଇଣ୍ଡିଆ ଇନିସିଏଟିଭକୁ ବଡ଼ ବୁଷ୍ଟ । ଏୟାର କାର୍ଗୋ କ୍ଷେତ୍ରରେ ନୂଆ ବିପ୍ଲବ ଆଣିଛନ୍ତି ଓଡ଼ିଆ ଯୁବଦ୍ୟୋଗୀ। ଓଡ଼ିଶା ବେସଡ ଷ୍ଟାର୍ଟଅପ୍ ବନ୍-ଭି ନିଜସ୍ବ ଓ ସ୍ବଦେଶୀ ଜ୍ଞାନ କୌଶଳରେ ବନାଇଛନ୍ତି ଏପରି ଏକ ଡ୍ରୋନ ଯାହା ଆକାଶ ମାର୍ଗରେ 2 କ୍ବିଣ୍ଟାଲ ପର୍ଯ୍ୟନ୍ତ ଓଜନର ସାମଗ୍ରୀ ଅତି ସହଜରେ 40 କିଲୋମିଟର ଦୂରରେ ଡେଲିଭରି କରିବାର କ୍ଷମତା ରଖିଛି । ବନ୍-ଭି ଏଆଇ-ପାଓ୍ବାର୍‌ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍‌ ଏୟାର ଭେଇକିଲ ନିକଟରେ ପ୍ୟାରିସ୍‌ ଅନୁଷ୍ଠିତ ୟୁରୋପ୍‌ର ସବୁଠାରୁ ବଡ଼ ଷ୍ଟାର୍ଟଅପ୍ ଓ ଟେକ୍ ଇଭେଣ୍ଟ ଭିଭାଟେକ୍‌ -୨୦୨୨ରେ‌ ନିଜର କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମକୁ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛି ।

ଡ୍ରୋନରେ ହେବ ଲଜିଷ୍ଟିକ ଡେଲିଭରି

ଏୟାର କାର୍ଗୋ କ୍ଷେତ୍ରରେ ବଡ଼ ରିଭୋଲ୍ୟୁସନ। ଆକାଶ ମାର୍ଗରେ ଏୟାର ଲିଫ୍ଟ ହୋଇ ଖୁବ କମ୍ ସମୟରେ ଓ ଖର୍ଚ୍ଚରେ ଠିକଣା ସ୍ଥାନରେ ପହଞ୍ଚି ପାରିବ ଉପଯୋଗୀ ସମଗ୍ରୀ। ପାହାଡ଼ିଆ ଦୁର୍ଗମ ସ୍ଥାନ ହେଉ ବା ହାଇ ଟ୍ରାଫିକ ଏରିଆ କମ୍ ସମୟରେ ସହଜରେ ପହଞ୍ଚି ପାରିବ କାର୍ଗୋ ଜିପିଏସ୍ ଟ୍ରାକ କରି । ପ୍ରଚଳିତ ଏୟାର କାର୍ଗୋ ବ୍ୟବସ୍ଥା ବାହାରେ ଏପରି ଏକ ନୂଆ ଇନୋଭେସନକୁ ସମ୍ଭବ ହୋଇଛି ଓଡ଼ିଶା ବେସ୍ଡ଼ ଷ୍ଟାର୍ଟ ଅପ ବନ୍ ଭି ଦ୍ବାରା । ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବନ୍ ଭିର ଏଆଇ-ପାଓ୍ବାର୍‌ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍‌ ଏୟାର ଭେଇକିଲ ଆକାଶ ମାର୍ଗରେ 2 କ୍ବିଣ୍ଟାଲ ପର୍ଯ୍ୟନ୍ତ ଓଜନର ଜିନିଷ ଅତି ସହଜରେ 40 କିଲୋମିଟର ଦୂରରେ ଡେଲିଭରି କରିବାର କ୍ଷମତା ରଖେ। ଏଭଳି ଏୟାର ମୋବିଲିଟି ଡ୍ରୋନ ନିର୍ମାଣ କରିବାରେ ବନ୍ ଭି ହେଉଛି ଦେଶର ପ୍ରଥମ କମ୍ପାନୀ । ଖାଲି ଦେଶ ନୁହେଁ ବିଦେଶରେ ନିଜର ଇନୋଭେସନ ପାଇଁ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍‌ ବନ୍‌ ଭି କୁ ମିଳିଛି ଉଚ୍ଚ ପ୍ରଶଂସା । ନିକଟରେ ପ୍ୟାରିସ୍‌ଠାରେ ଅନୁଷ୍ଠିତ ୟୁରୋପ୍‌ର ସବୁଠାରୁ ବଡ଼ ଷ୍ଟାର୍ଟଅପ୍ ଓ ଟେକ୍ ଇଭେଣ୍ଟ ଭିଭାଟେକ୍‌-୨୦୨୨ରେ‌ ବନ୍‌ ଭି ଏହାର କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମକୁ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛି ।

ବନ୍ ଭି ଦ୍ବାରା ନିର୍ମିତ ଅତ୍ୟାଧୁନିକ ଡ୍ରୋନ ଆରଏମ୦୦୧ରେ ରହିଛି ଅତ୍ୟାଧୁନିକ ଡିଜାଇନ୍‌ର ମଲ୍ଟି-ୟୁଟିଲିଟି ଆପ୍ଲିକେସନ୍‌। ଏହା ସହ ବନ୍ ଭି ଡ୍ରୋନ ଯେକୌଣସି ଏରିଏଲ କ୍ରାଫ୍ଟ ତୁଳନାରେ ୩ ଗୁଣା ହାଲକା ଏବଂ ହେଲିକପ୍ଟର ତୁଳନାରେ ୨ ଗୁଣ ଶକ୍ତିଶାଳୀ। ଏହି ଅତ୍ୟାଧୁନିକ ଏରିଆଲ୍ କ୍ରାଷ୍ଟ ନିର୍ମାଣ କରିଥିବା ବନ୍- ଭିର କୋର ଟିମ୍ ରେ ରହିଛିନ୍ତି ଅଭିଜ୍ଞ ଯୁବ ବୈଜ୍ଞାନିକ । ଯାହା ମଧ୍ୟରେ ଅଛିନ୍ତି ବନ୍- ଭି କୋଫାଉଣ୍ଡର ଓ ସିଇଓ ସତ୍ୟବ୍ରତ ଶତପଥୀ, କୋ ଫାଉଣ୍ଡର ଓ କୋ-ସିଇଓ ଗୌରବ ଅଚ୍ଚା , କୋଫାଉଣ୍ଡର ଓ ସିଟିଓ ଅବିନାଶ ସାହୁ ଓ କୋ-ଫାଉଣ୍ଡର ଓ ହେଡ ଅଫ୍ ଡିଜାଇନ୍ ରାହୁଲ କୁମାର। ଆଇଆଇଟି ମଣ୍ଡିର ପ୍ରୋତ୍ସାହନ ଏବଂ ଏଆଇସି ସିଭି ରମଣ ଓ ଭୁବନେଶ୍ବର ଇଞ୍ଜିନିୟରିଂ କଲେଜ୍‌ର ସହାୟତାରେ ବନ୍‌-ଭି ନିର୍ମାଣ କରିଛି ଦେଶ ପ୍ରଥମ ଏଆଇ-ପାଓ୍ବାର୍‌ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍‌ ଏୟାର ଭେଇକିଲ, ଆରଏମ୦୦୧। ଭିଭାଟେକ୍‌ ପ୍ୟାରିସ୍‌ରେ ଭାଗନେଇ ଭାରତର ପ୍ରଡକ୍ଟ ଇନୋଭେସନ୍‌ ଷ୍ଟୋରୀକୁ ନେତୃତ୍ବ ନେବାପାଇଁ ବନ୍‌-ଭିକୁ ନୀତି ଆୟୋଗ, ଇନଭେଷ୍ଟ ଇଣ୍ଡିଆ, ଅଟଳ ଇନୋଭେସନ୍‌ ମିସନ୍, ଆଇଏସ୍‌ପିଆଇଆରଆଇଟି ଏବଂ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ ମିଳିତ ଭାବେ ଚୟନ କରିଥିଲେ ।

ପାରମ୍ପାରିକ ଏୟାର କାଗ୍ରୋ ଅପେକ୍ଷାକୃତ କମ୍ ଖର୍ଚ୍ଚ , ଅତି ସରଳ ଓ ବ୍ୟବହାର ଉପଯୋଗୀ ବନ୍- ଭିର ଏରିଅଲ୍ ଭେଇକିଲ ଆରଏମ୦୦୧ ଇ-କମର୍ସ ଲଜିଷ୍ଟିକ୍ସ ପାଇଁ ଏକ ବିକଳ୍ପ ବୋଲି ନିଜକୁ ପ୍ରମାଣିତ କରିସାରିଛି। ବନ୍- ଭି ଏରିଅଲ୍ କ୍ରାଫ୍ଟ ବ୍ୟବହାର ହେଉଥିବା ଡିଓ୩୧୧ଏ ସାର୍ଟି ଫାଇଡ୍ ବ୍ୟାଟେରୀ ଏବଂ ଏସ୍ଆଇସି (ସିଲିକନ୍ କାର୍ବାଇଡ୍) ଭିତ୍ତିକ ହାଇ ଭୋଲଟେଜ୍ପ୍ରପଲ୍ସନ୍‌ ସିଷ୍ଟମ୍, ଏୟାରକ୍ରାଫ୍ଟଟିକୁ ଏକ କାର୍ବନ ଶୂନ୍ୟ, ଦକ୍ଷତା ସମ୍ପର୍ଣ୍ଣ ସୁରକ୍ଷିତ ଏମିସନ୍ ମଡେଲ ଭାବେ ଉପସ୍ଥାପିତ କରେ। ଏହାସହ ଏହାର ସ୍ବୟଂଚାଳିତ ସେନ୍ସର ଏବଂ ଡାଟା ପ୍ରୋସେସିଂ ପାଓ୍ବାର ଏହାକୁ ଅଗ୍ନି ନିର୍ବାପକ ଅପରେସନ୍ କିମ୍ବା ବିପର୍ଯ୍ୟୟ ନିରାକରଣରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଉପଯୋଗୀ ସାବ୍ୟସ୍ତ କରେ। ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ପଠାଇବା ହେଉ କିମ୍ବା ପାହାଡ଼, ନଦୀ ଅଞ୍ଚଳରେ ସାମଗ୍ରୀର ଡେଲିଭରି ପାଇଁ ଏହାକୁ ବ୍ୟବହାର କରିହେବ। ବଡ଼ କଥା ହେଉଛି ଏହାର ଅଟୋ-ପାଇଲଟ୍ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ଏବଂ ପ୍ରତିକୂଳ ପରିସ୍ଥିତିରେ କାମ କରିବା କ୍ଷମତା ଏହାକୁ ତଦନ୍ତ ଓ ଅନୁସନ୍ଧାନ କାର୍ଯ୍ୟରେ ବ୍ୟବହାର ଉପଯୋଗୀ ସାବ୍ୟସ୍ତ କରେ।

ବନ୍ ଭି ମେକ୍ ଇନ୍ ଇଣ୍ଡିଆ ଇନିସିଏଟିଭର ବଡ଼ ଉଦାହରଣ ସାବ୍ୟସ୍ତ ହୋଇଛି । ଆଗାମୀ ଦିନରେ ଟେକ୍ନୋଲୋଜି କ୍ଷେତ୍ରରେ ବନ୍- ଭିର ଉଦ୍ଭାବନ ଏରୋସ୍ପେଶ୍‌ ସଲ୍ୟୁସନ୍‌ କ୍ଷେତ୍ରରେ ନୂଆ ବିପ୍ଲବ ସୃଷ୍ଟି କରିବା ସହ ଭାରତ ଓ ଏହାର ଇନୋଭେଟିଭ୍‌ ଟାଲେଣ୍ଟମାନଙ୍କୁ ବିଶ୍ବସ୍ତରରେ ଏକ ନୂଆ ପରିଚୟ ଦେବ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details