ଓଡିଶା

odisha

ETV Bharat / city

ଗୋଆର ଭ୍ରମ ସୃଷ୍ଟି କରିବ ଓଡ଼ିଶା ବିଚ୍, ୬ଟି ବେଳାଭୂମିରେ ପ୍ରସ୍ତୁତ ହେବ ଝୁମ୍ପୁଡି

ଓଡ଼ିଶାର ବେଳାଭୂମିକୁ ଗୋଆ ବିଚର ଟଚ୍ ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା । ବେଳାଭୂମିରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ଜମିବ ନାଚ ଗୀତର ଆସର । ଅଧିକ ପଢନ୍ତୁ...

By

Published : Jul 13, 2021, 8:13 PM IST

ଗୋଆର ଭ୍ରମ ସୃଷ୍ଟି କରିବ ଓଡ଼ିଶା ବିଚ୍, ୬ଟି ବେଳାଭୂମିରେ ପ୍ରସ୍ତୁତ ହେବ ଝୁମ୍ପୁଡି
ଗୋଆର ଭ୍ରମ ସୃଷ୍ଟି କରିବ ଓଡ଼ିଶା ବିଚ୍, ୬ଟି ବେଳାଭୂମିରେ ପ୍ରସ୍ତୁତ ହେବ ଝୁମ୍ପୁଡି

ଭୁବନେଶ୍ବର: ବଦଳିବ ଓଡ଼ିଶା ବେଳାଭୂମିର ରୂପରେଖ । ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ଜମିବ ନାଚ ଗୀତର ଆସର । ସୁରା ପାନ ସହ ମନୋରଞ୍ଜନର ଭରପୁର ମଜା ନେବେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ । ଶୁଖିଲା ବେଳାଭୂମି ଲାଗିବ ରଙ୍ଗୀନ । ଏମିତି କିଛି ପରିକଳ୍ପନା ନେଇ ଓଡ଼ିଶାର ବେଳାଭୂମିକୁ ଗୋଆ ବିଚର ଟଚ୍ ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ସରକାର ।

ଗୋଆର ଭ୍ରମ ସୃଷ୍ଟି କରିବ ଓଡ଼ିଶା ବିଚ୍, ୬ଟି ବେଳାଭୂମିରେ ପ୍ରସ୍ତୁତ ହେବ ଝୁମ୍ପୁଡି

ସମୁଦ୍ର ବେଳାଭୂମିରେ ଲାଗିବ ଆସର । ଜମିବ ପର୍ଯ୍ୟଟକଙ୍କ ଗହଳି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରିଦିମିକ ସଙ୍ଗୀତ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ । ମୃଦୁ ପାନୀୟର ମଧ୍ୟ ବ୍ୟବସ୍ଥା ହେବ । ଏମିତି କିଛି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି OTDC । ରାଜ୍ୟରେ ମୋଟ୍ ୬ଟି ବେଳାଭୂମିରେ ଝୁମ୍ପୁଡି ତିଆରି କରିବା ପାଇଁ OTDC ନିଷ୍ପତ୍ତି ନେଇଛି। ଗତ ଶନିବାର ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ଝୁମ୍ପୁଡି ପରିଚାଳନା ପାଇଁ OTDC ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି ।

ସମୁଦ୍ର ବେଳାଭୂମିରେ 6ଟି ସ୍ଥାନରେ ଏହି ଝୁମ୍ପୁଡି ତିଆରି ହେବ । ସେଗୁଡ଼ିକ ମଧ୍ୟରୁ ପୁରୀରେ ଗୋଟିଏ, ବାଲେଶ୍ଵରରେ 2ଟି, ଗଞ୍ଜାମରେ 2ଟି ଓ ଅନ୍ୟଟି ଜଗତସିଂହପୁରରେ । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ, ଗଞ୍ଜାମର ଗୋପାଳପୁର ଓ ପତି ସୋନାପୁର, ବାଲେଶ୍ୱର ତାଳସାରି-ଉଦୟପୁର ଏବଂ ଚାନ୍ଦିପୁର, ଜଗତସିଂହପୁରର ପାରାଦୀପ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କେବଳ ବାହାର ପର୍ଯ୍ୟଟକ ନୁହେଁ ବରଂ ସ୍ଥାନୀୟ ପର୍ଯ୍ୟଟକ ମଧ୍ୟ ମଜା ନେଇ ପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଏହି ବ୍ୟବସ୍ଥା ପ୍ରତି ଲୋକଙ୍କର ଆଗ୍ରହ ବଢିବ ତାହେଲେ ଆଗାମୀ ଦିନରେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ପର୍ଯ୍ୟଟନ, ରାଜସ୍ୱ ଏବଂ ଜଙ୍ଗଲ ବିଭାଗ ସହିତ ପରାମର୍ଶ କରି ଏହି ବେଳାଭୂମି ପାଖରେ ହାଟ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରାଯାଇଛି । ଯାହାକୁ ତିନି ବର୍ଷ ପାଇଁ ଲିଜ୍ ଆଧାରରେ ଆବଣ୍ଟନ କରାଯିବ । ଏହି ସବୁ ସ୍ଥାନକୁ ବିଦ୍ୟୁତ୍, ଜଳ ଏବଂ ସ୍ୱରେଜ୍ ବ୍ୟବସ୍ଥା ଯୋଗାଇ ଦେବେ ରାଜ୍ୟ ସରକାର । ତେବେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦ୍ର କୂଳରେ ଅସ୍ଥାୟୀ ମଦ ଦୋକାନ ରହିବ । ଏହି ମଦ ଦୋକାନ ଝୁମ୍ପୁଡି ଭିତରେ ରହିବ । ଯିଏ ଝୁମ୍ପୁଡିରେ ନାଚ, ଗୀତ ସହିତ ସୁସ୍ୱାଦୁ ଖାଦ୍ୟର ମଜା ନେବେ ସେମାନେ ହିଁ ଏହି ମଦ କିଣିପାରିବେ । ଏଥିପାଇଁ ଅବକାରୀ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details