ଭୁବନେଶ୍ବର:ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି । ଏହାସହ ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନ ଓ ଏକାଡେମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ 2019 ଓ 2020 ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅନନ୍ତ ମହାପାତ୍ର ଓ କୁମ୍କୁମ୍ ମହାନ୍ତିଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି ।
ଅନନ୍ତ ମହାପାତ୍ର, କୁମ୍କୁମ୍ ମହାନ୍ତିଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ
ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି । ସୋମବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ 2019 ଓ 2020 ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ରବିନ୍ଦ୍ର ମଣ୍ଡପରେ 2019 ଓ 2020 ବର୍ଷ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି । 2019 ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ବିଶିଷ୍ଟ ନାଟ୍ୟକାର ତଥା ମଞ୍ଚନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଓ 2020 ବର୍ଷ ପାଇଁ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି ।
ସେହିପରି ନୂତନ ଭାବେ ପ୍ରବର୍ତ୍ତିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ନିମନ୍ତେ 2019 ବର୍ଷ ପାଇଁ ସୁନନ୍ଦା ସମ୍ମାନ ଡ. ରଘୁନାଥ ସାହୁ ଓ 2020 ବର୍ଷ ପାଇଁ ବନ୍ଦିତା ରାୟଙ୍କୁ ପ୍ରଦାନ କରାଯାଇଛି । ଏଥି ସହିତ ସାରଦା ଗୀତି କବିତା ସମ୍ମାନ 2019 ବର୍ଷ ପାଇଁ ବିନୋଦ କୁମାର ପଶାୟତ ଓ 2020 ବର୍ଷ ପାଇଁ ଡ. ଅଲେଖ ଚନ୍ଦ୍ର ପଢ଼ିହାରୀଙ୍କୁ ପ୍ରଦାନ କରାଯାଇଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ନିମନ୍ତେ ପ୍ରତି ପ୍ରାପକଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ଅଙ୍ଗବସ୍ତ୍ର, ପ୍ରଶସ୍ତିପତ୍ର ଓ ବୃକ୍ଷଚାରା ପ୍ରଦାନ କରାଯାଇଥିବାବେଳେ ସୁନନ୍ଦା ସମ୍ମାନ ଓ ସାରଦା ସମ୍ମାନ ନିମନ୍ତେ ପ୍ରତ୍ୟେକ ପ୍ରାପକଙ୍କୁ ୨.୫ ଲକ୍ଷ ଟଙ୍କାର ଅର୍ଥରାଶି ସମେତ ଅଙ୍ଗବସ୍ତ୍ର ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଛି ।
2019 ବର୍ଷ ନିମନ୍ତେ ଅଭିନୟ ପାଇଁ ନବକିଶୋର ଆଚାର୍ଯ୍ୟ ଏବଂ ମମତା ମହାନ୍ତି, ନାଟ୍ୟ ରଚନା ପାଇଁ ସୁଧାକର ନନ୍ଦ, ନିର୍ଦ୍ଦେଶନା ପାଇଁ ହରିହର ମିଶ୍ର, ମଞ୍ଚକଳା ପାଇଁ ପ୍ରଭାସ ଚନ୍ଦ୍ର ମିଶ୍ର, ଲୋକସଂଗୀତ ପାଇଁ ରାଧାଶ୍ୟାମ ସାହୁଶର୍ମା, ଲୋକବାଦ୍ୟ ପାଇଁ ଶଙ୍କର ପ୍ରଧାନ, ଲୋକନୃତ୍ୟ ପାଇଁ କାଳୁଚରଣ ସାହୁ, ଲୋକନାଟ୍ୟ ପାଇଁ କର୍ଣ୍ଣ ଗୌଡ଼, ଯନ୍ତ୍ର ସଂଗୀତରେ ଆନଦ୍ଧ ତାଳ ପାଇଁ ଡ. ଜଗନ୍ନାଥ କୁଅଁର ଓ ତାରବାଦ୍ୟ ପାଇଁ କୈଳାସ ଚନ୍ଦ୍ର ପାତ୍ର, ଓଡ଼ିଶୀ ନୃତ୍ୟରେ ରତିକାନ୍ତ ମହାପାତ୍ର, ଓଡ଼ିଶୀ କଣ୍ଠ ସଂଗୀତରେ ଚନ୍ଦ୍ରମଣି ଲେଙ୍କା, ସୁଗମ ସଂଗୀତରେ ପାଇଁ ତାନ୍ସେନ୍ ସିଂଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି ।
ଅନୁରୂପ ଭାବରେ 2020 ନିମନ୍ତେ ଅଭିନୟ ପାଇଁ ସୁଶୀଳା ନାୟାର ଏବଂ ବିଜୟ କୁମାର ପଟ୍ଟନାୟକ, ନାଟ୍ୟ ରଚନା ପାଇଁ ଭାସ୍କର ଚନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକ, ମଞ୍ଚକଳା ପାଇଁ ପ୍ରଭାତ ମହାରଣା, ଲୋକସଂଗୀତ ପାଇଁ ନବୀନ କିଶୋର କୁଅଁଁର, ଲୋକବାଦ୍ୟ ପାଇଁ କିଶୋର ଚନ୍ଦ୍ର ପ୍ରଧାନ, ଲୋକନୃତ୍ୟ ପାଇଁ ନାରାୟଣ ମହାରଣା, ଲୋକନାଟ୍ୟ ପାଇଁ ନିର୍ମଳ ଚନ୍ଦ୍ର ରାଉତ, ଯନ୍ତ୍ରସଂଗୀତରେ ଆନଦ୍ଧ ବାଦ୍ୟ(ତବଲା) ପାଇଁ ଶରତ କୁମାର ପାଣି ଓ ସୁଶୀର ବାଦ୍ୟ ପାଇଁ ନିତ୍ୟାନନ୍ଦ ମହାପାତ୍ର, ଓଡ଼ିଶୀ ନୃତ୍ୟ ପାଇଁ ଗଜେନ୍ଦ୍ର ପଣ୍ଡା, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ରଘୁନାଥ ପାତ୍ର, ସୁଗମ ସଂଗୀତ ପାଇଁ ବିଭୁଧେନ୍ଦ୍ର ଦାସ ପୁରସ୍କୃତ ହୋଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ