ଓଡିଶା

odisha

ETV Bharat / city

ବଦଳିଲା କୋଠାବାଡି ନିର୍ମାଣ ନିୟମ, ଘର ନବୀକରଣ ପାଇଁ ଲୋଡା ନାହିଁ ଅନୁମତି

ଓଡିଶାରେ ରିୟଲ ଇଷ୍ଟେଟ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କୋଠାବାଡି ନିର୍ମାଣ ନିୟମରେ କୋହଳ କଲେ ସରକାର । ଏଣିକି 8 ଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ପୁରୁଣା ଘର ନବୀକରଣ ପାଇଁ ଆଉ ଦରକାର ପଡିବନି ଅନୁମତି । ଅଧିକ ପଢନ୍ତୁ..

By

Published : Aug 14, 2020, 1:50 PM IST

Updated : Aug 14, 2020, 4:17 PM IST

ବଦଳିଲା କୋଠାବାଡି ନିର୍ମାଣ ନିୟମ , ଘର ନବୀକରଣ ପାଇଁ ଲୋଡା ନାହିଁ ଅନୁମତି
ବଦଳିଲା କୋଠାବାଡି ନିର୍ମାଣ ନିୟମ , ଘର ନବୀକରଣ ପାଇଁ ଲୋଡା ନାହିଁ ଅନୁମତି

ଭୁବନେଶ୍ବର: କୋଠାବାଡ଼ି ନିର୍ମାଣ ନିୟମରେ ହେଲା ପରିବର୍ତ୍ତନ । ବହୁତଳ ଅଟ୍ଟାଳିକ ନିର୍ମାଣ ପାଇଁ ସରକାର କୋହଳ କଲେ ନିୟମ । ଆସିଲା ଓଡିଶା ଉନ୍ନୟନ ଯୋଜନା ଓ ନିର୍ମାଣ ନିୟମ 2020 । ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ବଦଳିଲା କୋଠାବାଡି ନିର୍ମାଣ ନିୟମ, ଘର ନବୀକରଣ ପାଇଁ ଲୋଡା ନାହିଁ ଅନୁମତି

ଏଣିକି 8 ଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ପୂର୍ବରୁ 4 ଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯାଉଥିଲା । ସେହିପରି ବର୍ତ୍ତମାନ ଜମି ମୂଲ୍ୟର 25 ଭାଗ ଅଧା ମୁଲ୍ୟରେ ଉପଲବ୍ଧ ହେବ ।

ଉଚ୍ଚ ଅଟ୍ଟାଳିକ ନିର୍ମାଣ ପାଇଁ ପ୍ରତିବନ୍ଧକ ହେବନି ପ୍ଲଟ ସାଇଜ । ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ନାହିଁ ଅନୁମତି । ବାହ୍ୟ ଭିତ୍ତିଭୂମି ଉନ୍ନତିକରଣ ଫି ଏବଂ ଖର୍ଦ୍ଦି ଯୋଗ୍ୟ FAR ଦେୟ କିସ୍ତିରେ ଦେବା ପାଇଁ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ କୋଠବାଡ଼ି ଓ ଗୋଦାମ ଗୃହ ପାଇଁ ପାର୍କିଙ୍ଗ ସ୍ଥାନ 90 ପ୍ରତିଶତ ରହିବ ।

ଏଥିସହ ଏବେ ଆଉ ମଡେଲ ପ୍ଲାନ ଅନୁମତି ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡିବନି । ଆବଶ୍ୟକୀୟ ଟଙ୍କା ଦାଖଲ କରି ଅଣ୍ଡରଟେକିଙ୍ଗ ଦେଇ ଆରମ୍ଭ କରିପାରିବେ ଗୃହ କାର୍ଯ୍ୟ ।

ସରକାରଙ୍କ ଏହି ନିୟମ ଦ୍ବାରା ସହଜ ଓ ସୁବିଧାରେ ଘର ନିର୍ମାଣ ସହ ରିୟଲ ଇଷ୍ଟେଟ ବ୍ୟବସାୟରେ ନିବେଶ ବଢିବ । ଯାହାର ପ୍ରଭାବ ଜିଡିପିରେ ରହିବ । ଏଥିସହ ରାଜ୍ୟରେ ରିୟଲ ଇଷ୍ଟେଟ ଶିଳ୍ପକୁ ପ୍ରୋତ୍ସାହନ ମିଳିପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Aug 14, 2020, 4:17 PM IST

ABOUT THE AUTHOR

...view details