ଓଡିଶା

odisha

Odisha Corona Report: ଦିନକରେ 1503 ପଜିଟିଭ ଚିହ୍ନଟ

By

Published : Feb 8, 2022, 9:47 AM IST

ଗତକାଲି 1500 ତଳକୁ ଖସିଥିବା ବେଳେ ଆଜି ଏହା ବୃଦ୍ଧି ହୋଇଛି । ଗତ 24 ଘଣ୍ଟାରେ 1503 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Report: ଦିନକରେ 1503 ପଜିଟିଭ ଚିହ୍ନଟ
Odisha Corona Report: ଦିନକରେ 1503 ପଜିଟିଭ ଚିହ୍ନଟ

ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁ କୋରୋନା ସଂକ୍ରମଣ । ଗତକାଲି ୧୫ଶହ ତଳକୁ ଖସିଥିବା ବେଳେ ଆଜି ଏହା ବୃଦ୍ଧି ହୋଇଛି । ଗତ 24 ଘଣ୍ଟାରେ 1503 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 329 କିଶୋର କିଶୋରୀ ରହିଥିବା ବେଳେ 873 କ୍ବାରେଣ୍ଟାଇନ ସେଣ୍ଟର ଓ 630 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 333 ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 51, ବାଲେଶ୍ବରରୁ 30, ବରଗଡରୁ 21, ଭଦ୍ରକରୁ 20, ବଲାଙ୍ଗୀରରୁ 33, ବୌଦ୍ଧରୁ 10, କଟକରୁ 83 , ଦେବଗଡରୁ 25, ଢେଙ୍କାନାଳରୁ 42, ଗଜପତିରୁ 37, ଗଞ୍ଜାମରୁ 26, ଜଗତସିଂହପୁରରୁ 42, ଯାଜପୁରରୁ 55, ଝାରସୁଗୁଡାରୁ 17, କଳାହାଣ୍ଡିରୁ 40, କନ୍ଧମାଳରୁ 17, କେନ୍ଦ୍ରାପଡାରୁ 19, କେନ୍ଦୁଝରରୁ 36, କୋରାପୁଟରୁ 2, ମାଲକାନଗିରିରୁ 8, ମୟୂରଭଞ୍ଜରୁ 108 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 19, ନୟାଗଡରୁ 53, ନୂଆପଡାରୁ 25, ପୁରୀରୁ 54, ରାୟଗଡାରୁ 31, ସମ୍ବଲପୁରରୁ26, ସୋନପୁରରୁ 22, ସୁନ୍ଦରଗଡରୁ 157 ଓ ଷ୍ଟେଟପୁଲରୁ 61 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,69,811ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details