ଓଡିଶା

odisha

By

Published : Jan 25, 2022, 9:33 AM IST

ETV Bharat / city

Odisha Corona: ଦିନକରେ ୫୮୯୧ ପଜିଟିଭ ଚିହ୍ନଟ, ୭ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୫ ହଜାର ୮୯୧ କୋରୋନା ପଜିଟିଭ ଚିହ୍ନଟ । ୭ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Odisha Corona: ଦିନକରେ ୫୮୯୧ ପଜିଟିଭ ଚିହ୍ନଟ, ୭ମୃତ
Odisha Corona: ଦିନକରେ ୫୮୯୧ ପଜିଟିଭ ଚିହ୍ନଟ, ୭ମୃତ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ତଳ ମୁହାଁ କୋରୋନା ଗ୍ରାଫ । ୨୪ ଘଣ୍ଟାରେ ୫ ହଜାର ୮୯୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୮୫୨ କିଶୋର କିଶୋରୀ ରହିଥିବା ବେଳେ ୩୪୧୩ କ୍ବାରେଣ୍ଟାଇନ ସେଣ୍ଟର ଓ ୨୪୭୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୦୬, ବାଲେଶ୍ବରରୁ ୨୩୪, ବରଗଡରୁ ୮୫, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୧୩୮, ବୌଦ୍ଧରୁ୯୩, କଟକରୁ ୪୮୨, ଦେବଗଡରୁ ୬୧, ଢେଙ୍କାନାଳରୁ ୧୩୩, ଗଜପତିରୁ ୯୬ , ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୧୯, ଝାରସୁଗୁଡାରୁ ୩୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୧୧୪, କେନ୍ଦୁଝରରୁ ୧୩୭, କୋରାପୁଟରୁ ୧୨୮, ମାଲକାନଗିରିରୁ ୫୨, ମୟୂରଭଞ୍ଜରୁ ୨୧୮, ନବରଙ୍ଗପୁରରୁ ୯୫, ନୟାଗଡରୁ ୨୦୫, ନୂଆପଡାରୁ ୫୬, ପୁରୀରୁ ୬୩, ରାୟଗଡାରୁ ୧୨୫, ସମ୍ବଲପୁରରୁ ୧୫୮, ସୋନପୁରରୁ ୨୦, ସୁନ୍ଦରଗଡରୁ ୫୦୧ ଓ ଷ୍ଟେଟପୁଲରୁ ୨୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୧୭, ୮୪୨ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details