ଓଡିଶା

odisha

ETV Bharat / city

Odisha Corona Report: ୧୦୦ ତଳେ ସଂକ୍ରମଣ - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକ କାଳୀନ ୬ଟି ସ୍ଥାନରେ ରେଡ
ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକ କାଳୀନ ୬ଟି ସ୍ଥାନରେ ରେଡ

By

Published : Mar 14, 2022, 9:35 AM IST

Updated : Mar 14, 2022, 10:01 AM IST

ଭୁବନେଶ୍ବର:ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୨ କିଶୋର କିଶୋରୀ ରହିଥିବା ବେଳେ ୪୧ କ୍ବାରେଣ୍ଟାଇନ ସେଣ୍ଟର ଓ ୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୩ , ଭଦ୍ରକରୁ ୧, ବଲାଙ୍ଗୀରରୁ ୧, କଟକରୁ ୪ , ଗଜପତିରୁ ୭, ଗଞ୍ଜାମରୁ ୧୨, ଜଗତସିଂହପୁରରୁ୧, ଯାଜପୁରରୁ ୩, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ ୩, ମୟୂରଭଞ୍ଜରୁ ୨, ନବରଙ୍ଗପୁରରୁ ୧, ନୟାଗଡରୁ ୧, ନୂଆପଡାରୁ ୧, ପୁରୀରୁ ୧, ସମ୍ବଲପୁରରୁ ୧୧, ସୋନପୁରରୁ ୧, ସୁନ୍ଦରଗଡରୁ ୧ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬,୬୯୪ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 14, 2022, 10:01 AM IST

ABOUT THE AUTHOR

...view details