ଭୁବନେଶ୍ବର:ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି । କୋରୋନାଜନିତ ମୃତ୍ୟୁର ବି ସମାନ ସ୍ଥିତି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୮୮ ନୂଆ ସଂକ୍ରମିତ । ସଂକ୍ରମିତଙ୍କ ମଧ୍ୟରେ ୫୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ସେହିପରି ଦିନକରେ ଆଉ ୩ଜଣଙ୍କର ଜୀବନ ନେଇଛି କିଲର କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮ ହଜାର ୩୯୯ରେ ପହଞ୍ଚିଛି ।
ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୬୬ଜଣ କ୍ବାରେଣ୍ଟାଇନ ଏବଂ ୧୨୨ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ବରଗଡ ୧, ବଲାଙ୍ଗୀରି ୩, ଭଦ୍ରକରୁ ୭, ବୌଦ୍ଧରୁ ୧, କଟକରୁ ୨୧, ଦେବଗଡରୁ ୧, ଢେଙ୍କାନାଳରୁ ୪, ଗଞ୍ଜାମରୁ ୨, ଗଜପତିରୁ ୫, ଜଗତସିଂହପୁରରୁ ୨, ଯାଜପୁରରୁ ୧୦, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରପଡାରୁ ୮ , କେନ୍ଦୁଝର ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୨, ନୟାଗଡରୁ ୧୬, ପୁରୀରୁ ୧୫, ସମ୍ବଲପୁରରୁ ୧୭, ସୁନ୍ଦରଗଡରୁ ୧୧ ଓ ଷ୍ଟେଟ ପୋଲରୁ ୨୭ଜଣ ସଂକ୍ରମିଣ ମାମଲା ରହିଛି ।