ଭୁବନେଶ୍ବର:ରାଜ୍ୟରେ ନିୟନ୍ତ୍ରଣାଧୀନ ରହିଛି କୋରୋନା ସଂକ୍ରମଣ । ହେଲେ ଦୈନିକ ତୁଳନାରେ କମୁଛି ବଢୁଛି ସଂକ୍ରମଣ । ଗତକାଲି (ମଙ୍ଗଳବାର) ଚିହ୍ନଟ ଆକ୍ରାନ୍ତଙ୍କଠୁ ଆଜି (ବୁଧବାର) ମାମଲା ଅଧିକ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 260 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 260 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 152 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 108 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 29 କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 9, ବରଗଡରୁ 4, ବଲାଙ୍ଗୀରରୁ 9, କଟକରୁ 10, ଦେବଗଡରୁ 4, ଢେଙ୍କାନାଳରୁ 1, ଗଞ୍ଜାମରୁ 2, ଜଗତସିଂହପୁରରୁ 5, ଯାଜପୁରରୁ 5, ଝାରସୁଗୁଡାରୁ 1, କଳାହାଣ୍ଡିରୁ 19, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 5, ଖୋର୍ଦ୍ଧାରୁ 45 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 6, ନବରଙ୍ଗପୁରରୁ 5, ନୟାଗଡରୁ 12, ନୂଆପଡାରୁ 29, ପୁରୀରୁ 7, ରାୟଗଡାରୁ 4, ସମ୍ବଲପୁରରୁ 19, ସୋନପୁରରୁ 6, ସୁନ୍ଦରଗଡରୁ 41 ଓ ଷ୍ଟେଟପୋଲରୁ 9 ଜଣ ସଂକ୍ରମିତ ହୋଇଛନ୍ତି ।