ଓଡିଶା

odisha

ETV Bharat / city

Odisha Corona Report: ଦିନକରେ ଚିହ୍ନଟ ହେଲେ ୨୩୭ ଆକ୍ରାନ୍ତ, 2 ମୃତ - ଓଡିଶା ଦୈନିକ ସଂକ୍ରମଣ ମାମଲା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୭ କୋରୋନା ପଜିଟିଭ ଚିହ୍ନଟ ( New corona cases) । ୩୯ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ

ଦିନକରେ ଚିହ୍ନଟ ହେଲେ ୨୩୭ ଆକ୍ରାନ୍ତ
ଦିନକରେ ଚିହ୍ନଟ ହେଲେ ୨୩୭ ଆକ୍ରାନ୍ତ

By

Published : Dec 1, 2021, 12:31 PM IST

ଭୁବନେଶ୍ବର:ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କୋରୋନା ସଂକ୍ରମଣ (Corona cases) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୭ କୋରୋନା ପଜିଟିଭ ( New corona cases) ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୯ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୩୯ ଜଣ ଥିବାବେଳେ ୯୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହା ସହିତ ଆଜି ୨ ଜଣଙ୍କ ଜୀବନ ନେଇଛି ମହାମାରୀ ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୧୩ ଜଣ ଥିବାବେଳେ ବାଲେଶ୍ବରରୁ ୫, ବରଗଡରୁ ୨, ଭଦ୍ରକରୁ ୧, ବଲାଙ୍ଗୀରରୁ ୫, ବୌଦ୍ଧ ୧, କଟକରୁ ୧୯, ଢେଙ୍କାନାଳରୁ ୩, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩, ଯାଜପୁରରୁ ୮, ଝାରସୁଗୁଡାରୁ ୪, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୧, ମୟୂରଭଞ୍ଜରୁ ୮, ନୟାଗଡରୁ୨, ପୁରୀରୁ ୩, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୧୬ ଏବଂ ଷ୍ଟେଟ ପୁଲ୍‌ରୁ ୨୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୩୪୫ ରେ ପହଞ୍ଚିଛି ।

ଆଜିର ମୃତକଙ୍କୁ ମଧ୍ୟରୁ ଢେଙ୍କାନାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖିବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରେ ମୋଟ ମୃତ୍ୟୁ ସଂଖ୍ୟା ୧୫୮୦ ଓ ଢେଙ୍କାନାଳରେ ୨୪୫ରେ ପହଞ୍ଚିଛି । ଏହାକୁ ମିଶାଇ ଏଯାବତ ରାଜ୍ୟରେ ମୋଟ ୮ ହଜାର ୪୧୩ଜଣ କୋରୋନାରେ ଆଖି ବୁଜିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details