ଓଡିଶା

odisha

ETV Bharat / city

Odisha Covid Cases: ପୁଣି 211 ସଂକ୍ରମିତ ଚିହ୍ନଟ - କୋରୋନା ପଜିଟିଭ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 211 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Covid Cases: ପୁଣି 211 ସଂକ୍ରମିତ ଚିହ୍ନଟ
Odisha Covid Cases: ପୁଣି 211 ସଂକ୍ରମିତ ଚିହ୍ନଟ

By

Published : Sep 25, 2022, 9:55 AM IST

ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 211 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 211 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 123 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 88 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 26 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 12, ବରଗଡରୁ 7, ଭଦ୍ରକରୁ 2, କଟକରୁ 27, ଢେଙ୍କାନାଳରୁ 2, ଗଜପତିରୁ 5, ଗଞ୍ଜାମରୁ 2, ଜଗତସିଂହପୁରରୁ 5, ଯାଜପୁରରୁ 5, ଝାରସୁଗୁଡାରୁ 4, କନ୍ଧମାଳରୁ 3, କେନ୍ଦ୍ରାପଡାରୁ 4, କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 36 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 9, ନବରଙ୍ଗପୁରରୁ 1, ନୟାଗଡରୁ 9, ନୂଆପଡାରୁ 3, ପୁରୀରୁ 11, ରାୟଗଡାରୁ 5, ସମ୍ବଲପୁରରୁ 11, ସୋନପୁରରୁ 2, ସୁନ୍ଦରଗଡରୁ 32 ଓ ଷ୍ଟେଟପୋଲରୁ 9 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 33 ହଜାର 168ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1417 ସକ୍ରିୟ ମାମଲା ରହିଛି । ନୂଆ 205 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 22 ହଜାର 504 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,35, 15,923 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇ ପାରେ ।

ABOUT THE AUTHOR

...view details