ଓଡିଶା

odisha

By

Published : Jul 20, 2022, 9:13 AM IST

ETV Bharat / city

Odisha Corona: କୋରୋନା କୋପ, 24 ଘଣ୍ଟାରେ 1122 ସଂକ୍ରମିତ

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 1122 କୋରୋନା ପଜିଟିଭ (COVID-19) ଚିହ୍ନଟ । ଅଧିକ ପଢନ୍ତୁ

କୋରୋନା କହର, 24 ଘଣ୍ଟାରେ 1122 ସଂକ୍ରମିତ
କୋରୋନା କହର, 24 ଘଣ୍ଟାରେ 1122 ସଂକ୍ରମିତ

ଭୁବନେଶ୍ବର:ରାଜ୍ୟରେ ଉପରମୁହାଁ କୋରୋନା ଗ୍ରାଫ । ମଙ୍ଗଳବାର ଚିହ୍ନଟ 945 ସଂକ୍ରମିତ ଅପେକ୍ଷା ଆଜି (ବୁଧବାର) ମାମଲା ବଢିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 1122 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 658 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 464 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 164 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବର 12, ବରଗଡ 8, ଭଦ୍ରକରୁ 12, ବଲାଙ୍ଗୀରରୁ 12, ବୌଦ୍ଧରୁ 6, କଟକରୁ 132, ଦେଓଗଡରୁ 7, ଢେଙ୍କାନାଳରୁ 2, ଗଜପତିରୁ 11, ଗଞ୍ଜାମରୁ 2, ଯାଜପୁରରୁ 26, ଝାରସୁଗୁଡାରୁ 25, କନ୍ଧମାଳରୁ 3, କେନ୍ଦ୍ରାପଡାରୁ 11, କେନ୍ଦୁଝରରୁ 10, ଖୋର୍ଦ୍ଧାରୁ ସର୍ବାଧିକ 307 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହପରି କୋରାପୁଟରୁ 6, ମୟୂରଭଞ୍ଜରୁ 53, ନବରଙ୍ଗପୁରରୁ 7, ନୟାଗଡରୁ 14, ନୂଆପଡାରୁ 13, ପୁରୀରୁ 24, ରାୟଗଡାରୁ 10, ସମ୍ବଲପୁରରୁ 65, ସୋନପୁରରୁ 42, ସୁନ୍ଦରଗଡରୁ 197 ଓ ଷ୍ଟେଟପୋଲରୁ 71 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 1 ହଜାର 995ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6701 ସକ୍ରିୟ ମାମଲା ରହିଛି । ନୂଆ 737 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 86 ହଜାର 111 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details